ନୂଆଦିଲ୍ଲୀ: ଆଇପିଏଲ- ୨୦୨୬ ଖେଳାଳି ନିଲାମରେ ଉଡୁଛି ଟଙ୍କ।। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇସାରିଛନ୍ତି । ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯାହାକୁ ୨୦୨୪ ଆଇପିଏଲ ନିଲାମରେ କେକେଆର ୨୪ କୋଟି ୭୫ ଲକ୍ଷରେ କିଣିଥିଲା ।










