ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ପ୍ରକାଶ ପାଇଲା ତାଲିକା। କେଉଁ ଦଳ କେବେ ଖେଳିବ ଜଣାନ୍ତୁ ସମ୍ପୂର୍ଣ ତାଲିକା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୬ ମାର୍ଚ୍ଚ ୨୬ରେ ଆରମ୍ଭ ହେବ ଏବଂ ମେ ୩୧ରେ ଶେଷ ହେବ। ଆଇପିଏଲ ନିଲାମରେ କ୍ୟାମେରନ ଗ୍ରୀନଙ୍କ ପାଇଁ ରେକର୍ଡ ବିଡ୍ ଆସିଥିଲା। କୋଲକାତା ନାଇଟ୍ ରାଇଡର୍ସ ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ ନିଲାମର ସର୍ବୋଚ୍ଚ ନିଲାମ ୨୫.୨୦ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଦଳ ପ୍ରକାଶ ପାଇଛି। ଆଇପିଏଲ ତାରିଖ ନେଇ ଆଇପିଏଲ ସିଇଓ ହେମାଙ୍ଗ ଅମି ଆନୁଷ୍ଠାନିକ ଭାବରେ ସୂଚନା ଦେଇଛନ୍ତି, କିନ୍ତୁ ଉଦଘାଟନୀ ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।











