21.7 C
Bhubaneswar
Monday, February 23, 2026
Homeଓଡିଶାବର୍ଜ୍ୟ ପରିଚାଳନା କ୍ଷେତ୍ରରେ ୪୦୭୫ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ୪୦୭୫ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ

ସାରା ରାଜ୍ୟରେ ପ୍ରାୟ ୧୦,୦୦୦ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି

ଭୁବନେଶ୍ୱର: “ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫” ର ଦ୍ୱିତୀୟ ଦିନର ଦ୍ୱିତୀୟ ଅଧିବେଶନର ବିଷୟବସ୍ତୁ ହେଉଛି “ସର୍କୁଲାର ଇକୋନୋମି”। ଏହି ଅଧିବେଶନରେ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ମୋଟ ୪୦୭୫ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଦିଆଯାଇଛି। ଏହା ସମଗ୍ର ରାଜ୍‌ଯରେ ପାଖାପାଖି ୧୦ ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ଓଡ଼ିଶାର ବିଶାଳ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ର ହେତୁ ଥର୍ମାଲ୍ ପାୱାର ପ୍ଲାଣ୍ଟ, ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ, ଆଲୁମିନା ରିଫାଇନାରୀ, ସିମେଣ୍ଟ ପ୍ଲାଣ୍ଟ ଇତ୍ୟାଦି ଶିଳ୍ପରୁ ଉତ୍ପନ୍ନ ହେଉଥିବା ପ୍ରମୁଖ ବର୍ଜ୍‌ଯ ଆଜିର ସମୟର ଅର୍ଥନୈତିକ ଇଞ୍ଜିନ ଏବଂ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରୁଛି । ଏହି ବର୍ଜ୍‌ଯବସ୍ତୁ ଗୁଡ଼ିକୁ ଏକ ସିମ୍ବାୟୋଟିକ ଆସୋସିଏସନରେ କଞ୍ଚାମାଲ ଭାବେ ବ୍‌ଯବହାର କରିବାର କ୍ଷମତା ରହିଛି, ଯାହାଦ୍ୱାରା ରାଜ୍‌ଯରେ “ବର୍ଜ୍‌ଯରୁ ସମ୍ପଦ” ର ଏକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ। ଓଡ଼ିଶାର ବର୍ଜ୍‌ଯ ପରିଚାଳନା ବଜାର ଯଥେଷ୍ଟ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ, ବର୍ଜ୍‌ଯ ଉତ୍ପାଦନ ବୃଦ୍ଧି ଏବଂ ବିଭିନ୍ନ ବର୍ଜ୍‌ଯ ବର୍ଗରେ ସ୍ଥାୟୀ ପରିଚାଳନା ଆବଶ୍‌ଯକ ରହିଛି ।

ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଏହାର ଫୋକସ୍ ସେକ୍ଟର ସହିତ ଜଡିତ ବର୍ଜ୍‌ଯ ପୁନଃଚକ୍ରଣ ବିକାଶ ପାଇଁ ଏକ ବୃହତ ସୁଯୋଗ ରହିଛି । ଯଥା, ଫ୍ଲାଇ ଆସ୍‌, ଜିପ୍ସମ୍‌, ପ୍ଲାଷ୍ଟିକ୍‌, ଇଲେକ୍ଟ୍ରୋନିକ୍ସ ଓ ବୟନଶିଳ୍ପରେ କଞ୍ଚାମାଲ ଏବଂ ସମ୍ପୂର୍ଣ୍ଣ ସାମଗ୍ରୀର ଆମଦାନୀ ଏବଂ ରପ୍ତାନି ପାଇଁ ସୁଯୋଗ ପ୍ରଦାନ କରୁଛି । ଏସପିସିବି ରାଜ୍ୟର ଯ଼ୁନିଟ୍ ମଧ୍‌ଯରେ ଏହି ଆନୁଷଙ୍ଗିକ ଯ଼ୁନିଟ୍ କିମ୍ବା ସର୍କୁଲାରିଟି ମଡ୍ୟୁଲକୁ ସମର୍ଥନ ଏବଂ ସୁବିଧା ପ୍ରଦାନ କରୁଥିବାବେଳେ, ଏହି କ୍ଷେତ୍ର ପାଇଁ ଏକ ସକ୍ଷମ ପରିବେଶ ସୁନିଶ୍ଚିତ କରିବାରେ ସରକାରଙ୍କ ପ୍ରମୁଖ ବିଭାଗଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ଆମେ ନିବେଶକମାନଙ୍କ ପାଇଁ ମୁକ୍ତ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେଇଛୁ। ଉତ୍କର୍ଷ ଓଡିଶାଃ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ସର୍କୁଲାରିଟି ବିଭାଗରେ କାର୍ଯ୍‌ଯ କରୁଥିବା ନିବେଶକଙ୍କ ନିକଟରେ ପହଞ୍ଚିବା ଏବଂ ରାଜ୍‌ଯରେ ସେମାନଙ୍କର ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଏକ ଅନନ୍‌ଯ ସୁଯୋଗ ପ୍ରଦାନ କରୁଛି ବୋଲି ରାଜ୍‌ଯ ପ୍ରଦୂଷଣ ନିଯ଼ନ୍ତ୍ରଣ ବୋର୍ଡ, ଓଡ଼ିଶାର ସଦସ୍‌ଯ ସଚିବ ଡ. କେ. ମୁରୁଗେସନ୍ କହିଛନ୍ତି।

ଭାରତରେ ବର୍ଜ୍ୟ ପରିଚାଳନା କ୍ଷେତ୍ରର ବଜାର ମୂଲ୍ୟ ୨୦୨୩ ରେ ପାଖାପାଖି ୧୩.୧ ବିଲିୟନ ଆମେରିକୀୟ ଡଲାର ଥିଲା ଏବଂ ୨୦୩୨ ସୁଦ୍ଧା ଏହା ୨୧.୭ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବାନୁମାନ ସମଯ଼ରେ ୬.୫ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) କୁ ଦର୍ଶାଉଛି । ଆଜିର ପରିବର୍ତ୍ତିତ ସମୟରେ ଦ୍ରୁତ ସହରୀକରଣ, ଶିଳ୍ପାୟନ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ବର୍ଜ୍‌ଯ ପରିଚାଳନା ନିହାତି ଆବଶ୍‌ଯକ । ଶିଳ୍ପ ବର୍ଜ୍ୟବସ୍ତୁ, ପୌର କଠିନ ବର୍ଜ୍‌ଯବସ୍ତୁ, ଇଲେକ୍ଟ୍ରୋନିକ୍ ବର୍ଜ୍‌ଯବସ୍ତୁ, କୃଷି ବର୍ଜ୍‌ଯବସ୍ତୁ ସମେତ ବର୍ଜ୍ୟ ପରିଚାଳନାର ଅନେକ ଉପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ଭୂମିକା ନେବାକୁ ଯାଉଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଛନ୍ତି ଯେ ତ୍ୱରାନ୍ୱିତ ଅର୍ଥବ୍‌ଯବସ୍ଥା ନୀତି ବର୍ଜ୍‌ଯବସ୍ତୁ ଉପଯୋଗ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରି ବ୍ୟାପକ ପରିବେଶ ଏବଂ ସାମାଜିକ ଲାଭ ପ୍ରଦାନ କରିପାରିବ। ସିଦ୍ଧାନ୍ତ ଦାସ, ପୂର୍ବତନ ଡିଜିଏଫ ତଥା ସ୍ୱତନ୍ତ୍ର ସଚିବ ଏବଂ ଏନ ସୁବ୍ରମଣ୍ୟମ, ଜାନବୀ ପାପ୍ରିୱାଲ, ଆସୋସିଏଟ୍ ପାର୍ଟନର, ସରକ୍ୟୁଲେଟ୍ କ୍ୟାପିଟାଲ୍‌, ଡ. ତପନ କୁମାର ଚାନ୍ଦ, ପୂର୍ବତନ ସିଏମଡି, ନାଲକୋ, ଡ. ସିଦ୍ଧାର୍ଥ ଏସ ପାଢ଼ୀ, ପ୍ରଫେସର, ଆଇଆଇଏମ, କୋଝିକୋଡ୍ ଏହି ଅବସରରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking