18.1 C
Bhubaneswar
Friday, December 27, 2024
Homeଓଡିଶାଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ ରେ ପରବର୍ତ୍ତୀ...

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ । ସେଦିନ ରାତିରେ ଘଟିଥିବା ଘଟଣା ର ଉଭୟ ପକ୍ଷ କମିଶନଙ୍କ ପାଖରେ ରଖିଥିଲେ ସେମାନଙ୍କ ପକ୍ଷ । ଜାନୁଆରୀ ପନ୍ଦରରୁ କୋଡିଏ ତାରିଖ ଭିତରେ ଆସିବ ଅନ୍ତିମ ତଦନ୍ତ ରିପୋର୍ଟ । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । ଭୁବନେଶ୍ୱର ଭରତପୁର ଥାନାରେ ଆଜି ଜଷ୍ଟିସ ଚିତ୍ତରଞ୍ଜନ ଦାସ ପହଞ୍ଚି ଥିଲେ । ମେଜର ଓ ବାନ୍ଧବୀ ଘଟଣାର ତଦନ୍ତ କମିଶନ ଅଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ । ପରେ ପରେ ୟୁନିଫର୍ମରେ ମେଜର ଓ ତାଙ୍କ ବାନ୍ଧବୀ ବି ପହଞ୍ଚିଥିଲେ। ସେଦିନ ରାତିରେ କଣ ହୋଇଥିଲା ଥାନାରେ ଏହାକୁ ନେଇ ଚାଲିଚି ତଦନ୍ତ । ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣ ପୋଲିସ ନିଲମ୍ବିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭରତପୁର ଥାନା ମାମଲାରେ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking