26.1 C
Bhubaneswar
Tuesday, June 3, 2025
Homeଓଡିଶାସବୁ ଦିଗରୁ ତଦନ୍ତ: ଏସିପି

ସବୁ ଦିଗରୁ ତଦନ୍ତ: ଏସିପି

ପୁରୀ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କରେ ଖୋଳତାଡ । ପ୍ରେସମିଟରେ ପୁରୀ ଏସପି ଭିନୀତ ଅଗ୍ରୱାଲଙ୍କ ସୂଚନା । କହିଲେ ଘଟଣାକୁ ଗୁରୁତର ସହ ନେଇଛୁ । ସବୁ ଦିଗରୁ ପ୍ରିୟଙ୍କୀଙ୍କୁ ପଚରାଉଚରା ଚାଲିଛି । ହରିୟାଣା ପୋଲିସ, କେନ୍ଦ୍ରୀୟ ସଂସ୍ଥା ସହ ଯୋଗାଯୋଗରେ ଅଛୁ । ଆବଶ୍ୟକ ପଡିଲେ ସାଇବର ବିଶେଷଜ୍ଞଙ୍କ ସହାୟତା ନିଆଯିବ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ଲିଙ୍କରେ ପୁରୀରେ ଖୋଳତାଡ଼ । ଜ୍ୟୋତିଙ୍କ ଲିଙ୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କୁ ଜେରା କରୁଛି ଗୁଇନ୍ଦା ବିଭାଗ । ପୁରୀ ପୋଲିସ ସହାୟତାରେ ତାଙ୍କୁ ପଚରା ଉଚରା କରାଯାଉଛି । ଜ୍ୟୋତିଙ୍କ ସମ୍ପର୍କରେ ଥିଲେ ପ୍ରିୟଙ୍କା ସେନାପତି । ତାଙ୍କ ସହ ବିଭିନ୍ନ ସ୍ଥାନ ବୁଲିଥିଲେ । ଏପରିକି ପାକିସ୍ତାନ ମଧ୍ୟ ଯାଇଛନ୍ତି ପ୍ରିୟଙ୍କା । କର୍ତ୍ତାରପୁର ଯାଇଥିବା କନକ ନ୍ୟୁଜ ଆଗରେ ଏନେଇ ସ୍ପଷ୍ଟ କରିଛନ୍ତି ପ୍ରିୟଙ୍କା ଙ୍କ ବାପା ।

ଖାଲି ଏତିକି ନୁହେଁ ୪ ମାସ ତଳେ ପହଲଗାମ ମଧ୍ୟ ଯାଇଥିବା ଜଣାପଡ଼ିଛି । ତେବେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି । ଜ୍ୟୋତି ଗିରଫ ହେବା ପରେ ଏବେ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରହିଛି । ଗତ ସେପ୍ଟେମ୍ବରରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜ୍ୟୋତି । ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି । ତେବେ ୟୁଟ୍ୟୁବର ଜ୍ୟୋତି ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସରିଫଙ୍କ ମଧ୍ୟ ଭେଟିଥିବା ଜଣାପଡ଼ିଛି । ସେନା କର୍ମଚାରୀ ସହ ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି । ଯାହାର ତଦନ୍ତ କରୁଛି ଗୁଇନ୍ଦା ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking