27.1 C
Bhubaneswar
Saturday, September 28, 2024
Homeଓଡିଶାଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା

ଭୁବନେଶ୍ୱର : ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଭରତପୁର ଥାନା ସହ ପଥରଗାଡ଼ିଆରେ ହେବ ତଦନ୍ତ । ପଥରଗାଡ଼ିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ୍ ରୋମିଓ ଝାମେଲା କରିଥିଲେ। ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ଏସବୁ ସ୍ଥାନରେ ସେଦିନ କ’ଣ ଘଟିଥିଲା, କେଉଁ ପରିସ୍ଥିତିରେ ଗଣ୍ଡଗୋଳ ହୋଇଥିଲା ? ଟିକିନିଖି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ପୀଡ଼ିତା ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ । ସେଥିପାଇଁ ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରୁଛି ଟିମ୍ । ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପକ୍ରିୟାକୁ କରାଯାଉଛି ରେକର୍ଡିଙ୍ଗ । ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଆଜି ପୀଡିତାଙ୍କୁ ନେଇ ହେବ ସିନ ରିକ୍ରିଏସନ୍ । କିଭଳି ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିଲା ସେ ନେଇ ଡେମୋ ଦେବେ ପୀଡ଼ିତା । ମିଛଧରା ପରୀକ୍ଷା ପାଇଁ ଆଜି ଆବେଦନ କରିବ ତଦନ୍ତକାରୀ ଟିମ୍ ।

ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିବା ମେଜରଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ଼ ହୋଇଥିଲା । ଏହି ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking