ଭୁବନେଶ୍ୱର : ବାଂଲାଦେଶରେ ସଂରକ୍ଷଣକୁ ନେଇ ଉତ୍ତେଜନା । ଭାରତରେ ଅନୁପ୍ରବେଶ କରିପାରନ୍ତି ବାଂଲାଦେଶୀ । ରାଜ୍ୟର ସାମୁଦ୍ରିକ ଥାନାଗୁଡିକ ହେଲେ ସଜାଗ । ଅନୁପ୍ରବେଶକାରୀଙ୍କ ଉପରେ ରଖାଯିବ ନଜର । କେଳୁଣି ମୁହାମଠୁ ବାଲେଶ୍ୱର ଯାଏଁ ପାଟ୍ରୋଲିଂ । ୩୦ କିମି ସମୁଦ୍ର କୂଳ ଅଞ୍ଚଳ ଉପରେ ରହିଛି ତୀକ୍ଷ୍ଣ ନଜର । କେନ୍ଦ୍ରାପଡା ଉପକୂଳରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି । ବିଭିନ୍ନ ଜେଟି ଓ ମତ୍ସ୍ୟଜୀବୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ।