26.1 C
Bhubaneswar
Sunday, January 18, 2026
Homeଓଡିଶାରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତା ଆୟୋଜିତ

ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ବର, : ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତା ସ୍ଥାନୀୟ ୟୁନିଟ୍-୬ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଆୟୋଜିତ ଉଦଘାଟନୀ ସମାରୋହରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ୍ ଆର୍ ଆୟାର ଯୋଗ ଦେଇ ପିଲାମାନଙ୍କୁ ବ୍ୟାଣ୍ଡ୍ ପ୍ରତିଯୋଗିତାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀମତୀ ସଙ୍ଗିତା ବେହେରା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ସାହୁ, ପ୍ରଶିକ୍ଷଣ ସହାୟିକା ଶ୍ରୀମତୀ ଜୟା ବାନାର୍ଜୀ ଓ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅରୁନ୍ଧତି ସାମନ୍ତରାୟ ଉପସ୍ଥିତ ଥିଲେ ।

ଏଥିସହିତ ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ରାଜ୍ୟସ୍ତରୀୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ସମୟରେ ଅଭ୍ୟାସ ଜାରି ରଖିବାକୁ ଉପଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଜୋନ୍ ସ୍ତରରେ ତଥା ଜାତୀୟ ସ୍ତରରେ କୃତିତ୍ବ ହାସଲ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଯୋଗଦେଇ ପିଲାମାନଙ୍କର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ଅତିରିକ୍ତ ନିର୍ଦ୍ଦେଶକ (ଗୁଣବତ୍ତା) ଡ଼ ସନାତନ ପଣ୍ଡା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଭିନ୍ନ ବିଭାଗରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବାଳକ ବିଭାଗ ବ୍ରାସବ୍ୟାଣ୍ଡ ପ୍ରତିଯୋଗିତାରେ ବରଗଡ଼ସ୍ଥିତ ଜର୍ଜ ହାଇସ୍କୁଲ, ବାଳିକା ବିଭାଗର ବ୍ରାସବ୍ୟାଣ୍ଡ ପ୍ରତିଯୋଗିତାରେ ୟୁନିଟ-୨ ସ୍ଥିତ କ୍ୟାପିଟାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳକ ବିଭାଗ ପାଇପ୍ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜସ୍ଥିତ ବିବେକାନନ୍ଦ ପବ୍ଲିକ ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରି ଆସାମରେ ଅନୁଷ୍ଠିତ ଜୋନସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking