30.1 C
Bhubaneswar
Friday, February 13, 2026
Homeଓଡିଶାଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା

ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା

ଭଦ୍ରକ : ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ୪ ଦିନ ପରେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକ ରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ୍‌ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି ରହିଛି।

ଗତକାଲି ପୁଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ। ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking