ମାଲକାନଗିରି: ମାଲକାନଗିରିରେ ସ୍ୱଭାବିକ ହେଲା ଇଣ୍ଟରନେଟ୍ ସେବା । ହିଂସାର ୮ ଦିନ ପରେ ସ୍ୱଭାବିକ ହେଲା ଇଣ୍ଟରନେଟ୍ ସେବା । ଗତ ସୋମବାର ସଂନ୍ଧ୍ୟା ୬ଟାରୁ କଟକଣା ଲାଗୁ ହୋଇଥିଲା । ପର୍ଯ୍ୟାୟ କ୍ରମେ କଟକଣା ୬ ଥର ବୃଦ୍ଧି ହୋଇଥିଲା । ଆଜି ଦିନ ୧୨ଟା ଯାଏଁ ଥିଲା କଟକଣା । ଏହା ପରେ ପ୍ରଶାସନ ଆଉ ବୃଦ୍ଧି କରି ନାହିଁ । ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହେବା ପରେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ମଧ୍ୟରେ ବିବାଦକୁ ନେଇ ହିଂସା ଦେଖା ଦେଇଥିଲା । ଏହି ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ବିବାଦ ମଧ୍ୟରେ ଗତକାଲି ଜିଲ୍ଲା ପ୍ରଶାସନ ଚାଷୀଙ୍କ ଧାନ କିଣା ତାରିଖ ଘୁଞ୍ଚାଇଥିଲା । ୧୭ ପରିବର୍ତ୍ତେ ୨୪ ତାରିଖରୁ ଧାନ କିଣା ଯିବ ବୋଲି ଘୋଷଣା କରିଛନ୍ତି ।ଶନିବାର ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଏମ୍ଭି ୨୬ ଓ ରାଖେଲଗୁଡା ଗାଁ ବିବାଦ ଯୋଗୁଁ ମୋଟ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି ।










