25.1 C
Bhubaneswar
Monday, January 12, 2026
Homeଆନ୍ତର୍ଜାତୀୟ ଯୋଗ ଦିବସ- 2024ଆନ୍ତର୍ଜାତିକ ଯୋଗ ଦିବସ : ଯୋଗ କରନ୍ତୁ ଫିଟ ରୁହନ୍ତୁ

ଆନ୍ତର୍ଜାତିକ ଯୋଗ ଦିବସ : ଯୋଗ କରନ୍ତୁ ଫିଟ ରୁହନ୍ତୁ

ନୂଆଦିଲ୍ଲୀ : ଆଜି ବିଶ୍ବ ବ୍ୟାପୀ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଉଛି। ଭାରତରେ ସୃଷ୍ଟ ଯୋଗ ନାମକ ଏକ ପ୍ରାଚୀନ ଶାରୀରିକ ଅଭ୍ୟାସର ଚିରନ୍ତନ ଉପକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ସ୍ବତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ଏକ ଶାନ୍ତ ତଥା ଚାପମୁକ୍ତ ପରିବେଶ ପାଇଁ ଯୁଝୁଥିବା ଲୋକମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ ହୋଇପଡ଼ିଛି। ୨୦୧୪ ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ପରି ଏକ ଅନନ୍ୟ ଭାରତୀୟ ପରମ୍ପରାକୁ ସମସ୍ତେ ଆପଣେଇବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। ତା’ ପରେ ଯୋଗର ଉପକାରିତା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଜୁନ୍‌ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ରାଜି ହୋଇଥିଲେ। ୨୦୧୫ ମସିହାରୁ ପ୍ରତି ବର୍ଷ ଯୋଗ ଦିବସ ପାଳିତ ହୋଇ ଆସୁଛି। ଏହାଦ୍ବାରା ଆମର ସାମୂହିକ ଆକାଂକ୍ଷା- ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ପୂରଣ ହୋଇପାରିବ ବୋଲି ଆଶା କରାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking