29.1 C
Bhubaneswar
Monday, March 30, 2026
Homeଓଡିଶାଅନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନର ଶୁଭାରମ୍ଭ

ଅନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନର ଶୁଭାରମ୍ଭ

ଯାଜପୁର: ଆନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳନର ଶୁଭାରମ୍ଭ ହୋଇଯାଇଅଛି। ଏଥି ନିମନ୍ତେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଯାଜପୁର ଟାଉନ ଶାଖା କାର୍ଯ୍ୟାଳୟ ପରିସରରେ ସମବାୟ ପତାକା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ଦ୍ଵାରା ଉତ୍ତୋଳନ ହୋଇଯାଇଅଛି। ଅର୍ନ୍ତଜାତୀୟ ସମବାୟ ବର୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ “ସମବାୟ ମାଧ୍ୟମରେ ମହିଳା ମାନଙ୍କର ସଶକ୍ତିକରଣ” ର ବାର୍ତ୍ତାର ପ୍ରଚାର ପ୍ରସାର ନିମନ୍ତେ ଆଜି ଜିଲ୍ଲାର ଅଗ୍ରଣୀ ମହିଳା ଓ ଯୁବତୀ ମାନଙ୍କ ଦ୍ବାରା ଏକ ପଦଯାତ୍ରା ବ୍ୟାଙ୍କ୍ ପରିସରରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଉକ୍ତ ପଦଯାତ୍ରାକୁ ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଦେବେନ୍ଦ୍ର ନାୟକ, ସମବାୟ ନିରୀକ୍ଷକ ଶ୍ରୀ ଅଲେଖ ପ୍ରସାଦ ସାହୁ, ବ୍ୟାଙ୍କ୍ ଶାଖା ପରିଚାଳକ ଶ୍ରୀ କେଦାର ବେହେରା, ସିମିଳିଆ ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ବିଚିତ୍ରାନନ୍ଦ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ବର୍ଷତମାମ ଆନ୍ତର୍ଜାତୀୟ ସମବାୟ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking