28.1 C
Bhubaneswar
Sunday, March 22, 2026
Homeଓଡିଶାଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ(ଟ୍ରାନସ ଜେଣ୍ଡର) ଦିବସ ପାଳିତ

ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ(ଟ୍ରାନସ ଜେଣ୍ଡର) ଦିବସ ପାଳିତ

ଯାଜପୁର: ସୋମବାର ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦିବସ ଉପଲକ୍ଷେ ଏକ ରାଲି ସକାଳ ୮.୦୦ ଘଟିକା ସମୟରେ ବ୍ୟାସନଗର ଦଳା ଛକଠାରୁ ଆରମ୍ଭ କରି ସଂସ୍କୃତି ଭବନ ପର୍ଯ୍ୟନ୍ତ ଟ୍ରାନସଜେଣ୍ଡର ମାନଙ୍କ ସଚେତନତା ଉପରେ ଆୟୋଜନ କରାଯାଇଥିଲା। ସଂସ୍କୃତି ଭବନ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଯାଜପୁର ଶ୍ରୀ ନବକ୍ରିଷ୍ଣ ଜେନା ଯୋଗଦେଇଥିଲେ। ଉକ୍ତ ସଭାରେ ଯାଜପୁର ରୋଡର ଟ୍ରାନସଜେଣ୍ଡର ସଂଘ ଶାନ୍ତିସେନାର ପ୍ରେସିଡେଣ୍ଟ ଓ ସେକ୍ରେଟେରୀ ଯୋଗଦେଇଥିଲେ। ଏହି ସଭାରେ ଏସ.ଏସ.ଇ.ପି.ଡି ଡିପାର୍ଟମେଣ୍ଟର ପୂର୍ବତନ ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରତାପ ସାହୁ ଯୋଗଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହେରା ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର କମ୍ୟୁନିଟି ଅର୍ଗାନାଇଜର ଶୁଭଶ୍ରୀ ରତ୍ନପ୍ରଭା ସାମଲ, ପ୍ରଜ୍ଞାପରମିତା ଚକ୍ରବର୍ତ୍ତୀ, ରୁବିଶ୍ମିତା ରାଉତ, ସୁଜିତ୍ କୁମାର ନନ୍ଦ ଓ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking