24.1 C
Bhubaneswar
Thursday, January 15, 2026
Homeଓଡିଶାସୋଆରେ ଆନ୍ତର୍ଜାତିକ ବିହନ ଦିବସ ପାଳିତ

ସୋଆରେ ଆନ୍ତର୍ଜାତିକ ବିହନ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ ( ଆଇଏଏସ୍‌)ର ବୀଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଶନିବାର ମେଣ୍ଢାଶାଳ ଗ୍ରାମପଂଚାୟତ କାର୍ଯ୍ୟାଳୟ ସଭାଗୃହରେ ଅଂଚଳର ପ୍ରାୟ ୭୦ ଜଣ ଚାଷୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆର୍ନ୍ତଜାତୀକ ବିହନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସେହିପରି ଗ୍ରାମପଂଚାୟତର ସରପଂଚ ଶ୍ରୀମତି କୌଶଲ୍ୟା ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବୀଜବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଡ. ଶାନ୍ତନୁ କୁମାର ସ୍ୱାଇଁ ଓ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଡ. ବ୍ରଜ କିଶୋର ସାହୁ, ଡ. ରବି କୁମାର ପଟ୍ଟନାୟକ, ଡ. ସରୋଜ କୁମାର ମହାନ୍ତି, ଡ. ବଂଶୀଧର ପ୍ରଧାନ, ଡ. ଗୌରହରି ସାନ୍ତରା ଓ ଡ. ସନ୍ତୋଷ କୁମାର ପଣ୍ଡା ଆଦି କୃଷକମାନଙ୍କୁ ଉନ୍ନତ ବିହନର ଉପାଦେୟତା, ଗୁଣବତା, ବୃଦ୍ଧି ପ୍ରକ୍ରିୟା ଓ ସଂରକ୍ଷଣ ବିଷୟରେ ବୁଝାଇ ଥିଲେ। ଶିକ୍ଷାନୁଷ୍ଠାନର ସହକାରୀ ଅଧ୍ୟାପକ ଡ. ଅଂଶୁମାନ ଜେନା, ଡ. ଏସ୍‌. ପି ମୋନାଲିସା, ଡ. ରାମକୃଷ୍ଣ ବସ୍ତିଆ, ଡ. ଚିରଞ୍ଜିବୀ କୁଲକର୍ଣ୍ଣୀ ଓ ଡ. ଜ୍ୟୋତିମୟୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ। ସଭାର ଶେଷରେ ବୀଜ ବିଜ୍ଞାନ ବିଭାଗର ସ୍ନାତକ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ବିହନ ସଂରକ୍ଷଣ ଓ ପରୀକ୍ଷା ପଦ୍ଧତିକୁ ବୁଝାଇ ଥିଲେ। ପରିଶେଷରେ ଗ୍ରାମର ଦୁଇ ଜଣ ସଫଳ ଚାଷୀ ଶ୍ରୀ ବିଦୁରଞ୍ଜନ ସାମନ୍ତରାୟ ଓ ଶ୍ରୀ ଭାସ୍କର ଚନ୍ଦ୍ର ସୁବୁଦ୍ଧିଙ୍କୁ ଶିକ୍ଷାଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking