25.1 C
Bhubaneswar
Wednesday, March 11, 2026
Homeଓଡିଶାସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ସୋଆରେ...

ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତାର ଉପଯୋଗ ହିଁ ଭବିଷ୍ୟତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ଥାୟିତ୍ୱ ଆଣିପାରିବ। ଜଳ, ଖାଦ୍ୟ ଓ ପରିବେଶ ସମ୍ପର୍କିତ ସମସ୍ୟାକୁ ମୁକାବିଲା କରିବାରେ ଏଆଇ ଆଧାରିତ ପ୍ରଯୁକ୍ତି ଏକ ନୂତନ ଦିଗ ଉନ୍ମୁକ୍ତ କରିଛି ବୋଲି କହିଛନ୍ତି ୟୁଏସଏ ସ୍ଥିତ ନେବ୍ରାସ୍କା ବିଶ୍ୱବିଦ୍ୟାଳୟର ନେବ୍ରାସ୍କା ୱାଟର ସେଂଟରର ନିର୍ଦ୍ଦେଶକ ପ୍ରଫେସର ଚିତରଞ୍ଜନ ରାୟ। ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ଏହାର ଅନ୍ତର୍ଗତ ସେଂଟର ଫର କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ) ଓ ଏଆଇସି–ସୋଆ ଫାଉଣ୍ଡେସନ୍ ର ମିଳିତ ଆନୁକୂଲ୍ୟରେ “ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଇନ୍ ସେପିଂ ଏଗ୍ରିକଲ୍‌ଚର ଆଣ୍ଡ ଆଲାଏଡ ସେକ୍ଟର୍ସ ଫର୍ ସଷ୍ଟେନେବଲ୍ ଫୁଡ୍ ସିକ୍ୟୁରିଟି” ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଙ୍ଗଳବାର ଏହା କହିଛନ୍ତି ପ୍ରଫେସର ରାୟ। ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ସମ୍ପର୍କରେ ବିଚାରବିମର୍ଷ ଓ ଆଲୋଚନା କରିବା ନେଇ ଆୟୋଜିତ ଏହି ସମ୍ମିଳନୀରେ ୟୁଏସଏ ସ୍ଥିତ ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟର ସିନିୟର ପ୍ରୋଗ୍ରାମ ମ୍ୟାନେଜର ଡକ୍ଟର ଜୁଡ୍ କୋବିଙ୍ଗ୍ ଓ ଟେକ୍ସାସ ଏ ଆଣ୍ଡ ଏମ୍ ର ରିଜେଂଟସ୍ ପ୍ରଫେସର ଓ କୋଲ୍‌ସ ଚେୟାର ପ୍ରଫେସର ବିନାୟକ ପି. ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷି କ୍ଷେତ୍ରରେ ଏଆଇ ଭିତିକ ନିଷ୍ପତି ନେବା ପ୍ରଣାଳୀ, ଜଳ ପରିଚାଳନା ଓ ଆନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ଅବସରରେ ଆଗାମୀ ଦିନରେ କୃଷି କ୍ଷେତ୍ରର ଉନ୍ନତି ପାଇଁ ଡିଜିଟାଲ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ମୂଖ୍ୟ ଭୂମିକା ନିର୍ବାହ କରିବ ବୋଲି କହିଥିଲେ। ଏଭଳି ଆନ୍ତର୍ଜାତିକ ସମ୍ମିଳନୀ ମାଧ୍ୟମରେ ବିଶ୍ୱର ବିଭିନ୍ନ ଗବେଷକ ଓ ବୈଜ୍ଞାନିକମାନେ ଏକ ମଂଚରେ ଏକତ୍ରିତ ହୋଇ ଜ୍ଞାନର ଆଦାନ–ପ୍ରଦାନ କରିବା ଆନନ୍ଦର ବିଷୟ ବୋଲି ପ୍ରଫେସର ନନ୍ଦ କହିଥିଲେ।
ସମ୍ମିଳନୀର ଆୟୋଜନ କମିଟିର ଅଧ୍ୟକ୍ଷ ତଥା ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀର ଆବାହକ ଡ଼କ୍ଟର ଅଂଶୁମାନ ଜେନା ଏବଂ ଡକ୍ଟର ସୁଭପ୍ରଦା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ଲାଂଟ ଫିଜିଓଲୋଜି ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ନେବ୍ରାସ୍କା ୱାଟର ସେଂଟରର ଗବେଷଣା ସହାୟକ ପ୍ରଫେସର ଡ଼କ୍ଟର ଅଳକାନନ୍ଦା ମିତ୍ର “ଏଆଇ ଏନେବଲ୍‌ଡ ଏଗ୍ରିକଲ୍‌ଚର” ବିଷୟରେ ବ୍ୟାଖ୍ୟାନ ଦେଇଥିବା ବେଳେ ପ୍ରଫେସର ବିନାୟକ ପି. ମହାନ୍ତି “କ୍ଲାଇମେଟ ସ୍ମାର୍ଟ ଡିସିସନ୍ ମେକିଂ ୟୁଜିଂ ଏଆଇ” ଶୀର୍ଷକ ବିଷୟରେ ମତ ରଖିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ପୋଷ୍ଟର ପ୍ରଦର୍ଶନୀ, ଆଲୋଚନା ଓ ଗବେଷଣା ପତ୍ର ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ବିଭିନ୍ନ ଦେଶର ଗବେଷକ, ଶିକ୍ଷକ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତିି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking