ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଆଇ ଆଇ ସି ଡି ଇ ଏମ( IICDEM) ରେ ଭାରତ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କର (ସିଇଓ) ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ଆସନ୍ତା ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ ଠାରେ ହେବାକୁ ଥିବା ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ-୨୦୨୬ ର ଆୟୋଜନ ଉପରେ ଆଲୋଚନା ହୋଇଥିଲା।ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡା. ସୁଖବୀର ସିଂ ସନ୍ଧୁ ଓ ଡା. ବିବେକ ଜୋଶୀ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଆଇଆଇସିଡିଇଏମ୍ ୨୦୨୬ର ସୂକ୍ଷ୍ମତା ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ବିଷୟରେ ଅବଗତ କରାଇଥିଲେ।ସମ୍ବୋଧନ ପରେ, ସିଇଓମାନେ ଆଇଆଇସିଡିଇଏମ୍ ୨୦୨୬ ସମ୍ବନ୍ଧିତ ସିଇଓମାନଙ୍କ ଦ୍ୱାରା ନେତୃତ୍ୱ ନେବାକୁ ଥିବା ୩୬ଟି ଥିମାଟିକ୍ ଗ୍ରୁପ୍ ଉପରେ ଆଲୋଚନା କରାଯାଇଥିଲା ଏହି ଥିମ୍ଗୁଡ଼ିକ ନିର୍ବାଚନ ପରିଚାଳନାର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିଥାଏ ଏବଂ ବିଶ୍ୱବ୍ୟାପୀ ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକର (ଇଏମ୍ବି) ବିବିଧ ଅଭିଜ୍ଞତା ଉପରେ ଆଧାରିତ ଜ୍ଞାନ ସଂଗ୍ରହ ଗଠନ ଉଦ୍ଦେଶ୍ୟରେ ଲକ୍ଷ୍ୟ ରଖିଛି।ଆଇଆଇସିଡିଇଏମ୍ ୨୦୨୬ ଭାରତ ଦ୍ୱାରା ଆୟୋଜିତ ନିର୍ବାଚନ ପରିଚାଳନା ଓ ଗଣତନ୍ତ୍ର କ୍ଷେତ୍ରରେ ସବୁଠାରୁ ବଡ଼ ବୈଶ୍ୱିକ ସମ୍ମିଳନୀ ହେବ।
ଏଥିରେ ବିଶ୍ୱବ୍ୟାପୀ ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକରୁ ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧି ଅଂଶଗ୍ରହଣ କରିବା ସହିତ ଅନ୍ତର୍ଜାତୀୟ ସଂଗଠନ, ଭାରତରେ ଥିବା ବିଦେଶୀ ଦୂତାବାସ ଏବଂ ନିର୍ବାଚନ କ୍ଷେତ୍ରର ଶୈକ୍ଷିକ ଓ ବ୍ୟବହାରିକ ବିଶେଷଜ୍ଞମାନେ ଯୋଗଦାନ କରିବେ।IICDEM 2026 ରେ ସାଧାରଣ ଏବଂ ପୂର୍ଣ୍ଣାଙ୍ଗ ଅଧିବେଶନ ଯେପରିକି ଉଦଘାଟନୀ ଅଧିବେଶନ, ନିର୍ବାଚନ ପରିଚାଳନା ସଂସ୍ଥା(EMB )ନେତାଙ୍କ ପୂର୍ଣ୍ଣାଙ୍ଗ, ନିର୍ବାଚନ ପରିଚାଳନା ସଂସ୍ଥା(EMB)କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ECINET ର ଶୁଭାରମ୍ଭ ଅନ୍ତର୍ଭୁକ୍ତ ହେବ, ଏହା ସହିତ ବିଶ୍ୱସ୍ତରୀୟ ନିର୍ବାଚନୀ ବିଷୟବସ୍ତୁ, ମଡେଲ ଆନ୍ତର୍ଜାତୀୟ ନିର୍ବାଚନୀ ମାନଦଣ୍ଡ(MIES) ଏବଂ ନିର୍ବାଚନୀ ପ୍ରକ୍ରିୟାରେ ସର୍ବୋତ୍ତମ ଅଭ୍ୟାସ ଏବଂ ନୂତନ ବିଷୟବସ୍ତୁ ମଧ୍ୟ ଅନ୍ତର୍ଭୁକ୍ତ ହେବ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ୨ଟି ଦେଶ ପୋଲାଣ୍ଡ ଓ ଜର୍ଜିଆ ନିର୍ବାଚନ ପରିଚାଳନା ସଂସ୍ଥା(EMB)ସହ ଭାଗିତାରେ କାର୍ଯ୍ୟକରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ୪ଟି ଆଇ.ଆଇ.ଟି, ୬ଟି ଆଇ.ଆଇ. ଏମ ,୧୨ଟି ଏନ.ଏଲ.ୟୁ ଏବଂ ଆଇ. ଆଇ. ଏମ. ସି ସମେତ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ ମଧ୍ୟ କରିବେ, ଯେଉଁଥିରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ସିଇଓ ଏବଂ ଜାତୀୟ ଏବଂ ଆନ୍ତର୍ଜାତୀୟ ଶିକ୍ଷା ବିଶେଷଜ୍ଞଙ୍କ ନେତୃତ୍ୱରେ ୩୬ଟି ବିଷୟବସ୍ତୁ ଗୋଷ୍ଠୀ ଆଲୋଚନାରେ ଯୋଗଦାନ କରିବେ।









