18.1 C
Bhubaneswar
Sunday, February 8, 2026
Homeଓଡିଶାଭୁବନେଶ୍ୱରରେ "କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ" ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱରରେ “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ “କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଭ୍ୟତାଗତ ସଂଯୋଗ” ଶୀର୍ଷକ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ଆଜି ସମ୍ମିଳନୀର ପ୍ରଥମ ଦିନରେ କଳିଙ୍ଗ (ବର୍ତ୍ତମାନର ଓଡ଼ିଶା) ଏବଂ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସଂଯୋଗ ଏବଂ ବିଶ୍ୱ ରାଜନୀତି ପଟଳରେ ଓଡ଼ିଶାର ଭୂମିକାକୁ ନେଇ ଦୁଇଟି ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା।

ଅଧିବେଶନରେ ଓଡ଼ିଶା ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ରହିଥିବା କଳା ଓ ସାଂସ୍କୃତିକ ସାମଞ୍ଜସ୍ୟ, ଓଡ଼ିଶାର (କଳିଙ୍ଗ) ନୌବାଣିଜ୍ୟ ପରମ୍ପରା, ସାଧବ ପୁଅ ଏବଂ ବୋଇତ ବନ୍ଦାଣ ଉତ୍ସବ, ବାଲିଯାତ୍ରାର ସାଂସ୍କୃତିକ ଐତିହ୍ୟ ଓ ଏହାର ମହତ୍ତ୍ୱ, ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ଭାବବିନିମୟ, ପ୍ରତ୍ନତାତ୍ତ୍ଵିକ ଖନନରୁ ପ୍ରତିପାଦିତ ହେଉଥିବା ସଂଯୋଗ, ବିଶ୍ୱ ରାଜନୈତିକ ପଟଳରେ ଓଡ଼ିଶାର ଭୂମିକା, ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ର, ଅର୍ଥନୈତିକ ବିକାଶ ଆଦି ସମ୍ବନ୍ଧରେ ଅଧିବେଶନରେ ଆଲୋଚନା କରାଯାଇଥିଲା। ଉକ୍ତ ଅଧିବେଶନରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପୂର୍ବତନ ବୈଦେଶିକ ସଚିବ ଶ୍ରୀ ଲଳିତ ମାନସିଂହ, ଇଣ୍ଡୋନେସିଆର ଶିକ୍ଷାବିତ୍‌ ଡ଼କ୍ଟର ନିଆ ଡେଲିଆନା, ନେପାଳ ବିଶ୍ୱବିଦ୍ୟାଳୟରୁ ଡ଼କ୍ଟର ଜନାର୍ଦ୍ଦନ ପାଉଦେଲ, କଲିକତା ବିଶ୍ୱ ବିଦ୍ୟାଳୟର ଡ଼. କୌଶିକ ଗଙ୍ଗୋପାଧ୍ୟାୟ, ଇଣ୍ଡୋନେସିଆ ଜେମ୍ବର ବିଶ୍ୱ ବିଦ୍ୟାଳୟର ଡ଼. ଅବୁବାକର, ମାଲେସିଆରୁ ଡ଼. ଶିବା ପେରସଗମ୍ ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking