24.1 C
Bhubaneswar
Wednesday, February 4, 2026
Homeଓଡିଶାଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫, ସେମିଫାଇନାଲ ଲାଇନ ଅପ୍ ଚୂଡାନ୍ତ

ଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫, ସେମିଫାଇନାଲ ଲାଇନ ଅପ୍ ଚୂଡାନ୍ତ

ଭୁବନେଶ୍ୱର/କଟକ: କଟକ ସ୍ଥିତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫”ର କ୍ଵାଟର ଫାଇନାଲ ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ୨୦ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପୁରୁଷ ବିଭାଗ ସିଙ୍ଗଲ କ୍ଵାଟର ଫାଇନାଲ ଖେଳରେ ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ୟୁସୁଫ ଟପ୍‌ସିଡ଼ ଥରୁନ ମାନେପଲ୍ଲୀଙ୍କୁ 21-9, 22-20 ପଏଣ୍ଟର ଦୁଇଟି ଗେମ୍‌ରେ ପରାସ୍ତ କରି ପ୍ରତିଯୋଗିତାର ସେମି ଫାଇନାଲରେ ପହଂଚିଛନ୍ତି। ସେହିପରି ଇଣ୍ଡୋନେସିଆ ଖେଳାଳୀ ବିସ୍ମ ରାୟା ଅକଟୋରା, ରିଚି ଦୁତା ରିକାର୍ଦୋଙ୍କୁ 21-13,18-21,21-9 ପଏଣ୍ଟରେ ହରାଇ ସେମି ଫାଇନାଲରେ ପହଂଚିଛନ୍ତି। ସେମିଫାଇନାଲ ପହଂଚିଥିବା ଭାରତୀୟ ଖେଳାଳୀ କିରଣ ଜର୍ଜ ଗତବର୍ଷର ଚମ୍ପିୟାନ ସତୀଶ କୁମାରଙ୍କୁ 21-11,21-17 ପଏଣ୍ଟରେ ହରାଇଥିବା ବେଳେ ଭାରତୀୟ ଖେଳାଳୀ ରୋନକ ଚୌହାନ ଶଙ୍କର ସୁବ୍ରମଣିୟନଙ୍କୁ 21-19,22-20 ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ମହିଳା କ୍ୱାର୍ଟରରେ ଟପ୍‌ସିଡ଼ ଉନ୍ନତି ହୁଡ଼ା ପଞ୍ଚମ ସିଡ଼ ଅନୁପମା ଉପାଧ୍ୟାୟଙ୍କୁ 21-16, 21-15 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ସେମି ଫାଇନାଲରେ ପହଂଚିଛନ୍ତି। ଅନ୍ୟ କ୍ଵାଟରରେ ଅନସିଡେଡ଼ ଖେଳାଳୀ ତାନ୍ୟା ହେମନ୍ଥ ତୃତୀୟ ସିଡ଼ ତନଭି ଶର୍ମାଙ୍କୁ 21-16 21-14 ପଏଣ୍ଟର ଦୁଇଟି ଗେମରେ ହରାଇ ସେମିରେ ପହଂଚିଛନ୍ତି। ଅନ୍ୟ ଦୁଇ ଭାରତୀୟ ସେମି ଫାଇନାଲିଷ୍ଟ ହେଲେ ତସନିମ ମିର ଏବଂ ଇସାରାଣୀ ବରୁଆ। ତସନିମ କ୍ଵାଟର ଫାଇନାଲରେ ତାଇପେଇର ସପ୍ତମ ସିଡ଼ ଖେଳାଳୀ ତୁଙ୍ଗ ସିଉ ଟଙ୍ଗଙ୍କୁ ହରାଇଥିବା ବେଳେ ଇସାରାଣି ବରୁଆ ଷଷ୍ଠସିଡ଼ ଅନମୋଲ ଖର୍ବଙ୍କୁ ହରାଇଛନ୍ତି। ମିକ୍ସଡ଼ ଡବଲସ କ୍ୱାର୍ଟରରେ ଭାରତୀୟ ଯୋଡି ଏସ. କଣପୁରମ ଓ ଆର. ଉଥେୟସୂରୀୟାନ ଇଣ୍ଡୋନେସିଆ ଯୋଡ଼ି ଏମ. ନାୱାଫ ଓ ନାହ୍ୟା ମୁହିଫାଙ୍କୁ 21-15,21-19 ରେ ହରାଇ ସେମିରେ ପହଂଚିଛନ୍ତି l

ସେମିଫାଇନାଲରେ ପହଂଚିଥିବା ଅନ୍ୟ ଯୋଡିମାନେ ହେଲେ ତଣ୍ଡନ ପଂପାନୀଚ ଓ ଫୁଙ୍ଗଫା. କେ, ଇଣ୍ଡୋନେସିଆ ଯୋଡି ଡି. ଫେରଦିନାଂଶ୍ୟାହ ଓ ବି. ୱାର୍ଡନା, ଓ ଟପସିଡ଼ ଏମ. ଫାଜା ଓ ଏ. ପ୍ରଣତା। ମହିଳା ଡବଲସ ବିଭାଗରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ରାଉଣ୍ଡ ମ୍ୟାଚରେ ଟପ୍‌ସିଡ଼ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଲେନି ତ୍ରିଆ ମୟସରି ଓ ଏମାଲୀଆ ଚାହାୟଙ୍କୁ 16-21,21-12 ଓ 21-19 ରେ ପରାସ୍ତ କରି ସେମି ଫାଇନାଲରେ ପହଂଚଛନ୍ତି। ମହିଳା ସେମି ଫାଇନାଲରେ ପହଂଚିଥିବା ଅନ୍ୟ ଯୋଡିମାନେ ହେଲେ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ, ମାଲେସିଆ ଯୋଡି ଅଙ୍ଗ ଜିନୟୀ ଓ କାର୍ମେନ ଟିଙ୍ଗ ଏବଂ ଇଣ୍ଡୋନେସିଆ ର ଆଇ. ମେଇଡା ଓ ଆର. ନାସ୍ତିନେ। ବିଶ୍ୱ ବ୍ୟାଡ଼ମିଣ୍ଟନ ମହାସଂଘ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ସେମି ଫାଇନାଲର ସମସ୍ତ ମ୍ୟାଚ ଆସନ୍ତାକାଲି ଡିସେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking