21.1 C
Bhubaneswar
Monday, February 2, 2026
Homeଓଡିଶାଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍‌ଯାପିତ

ଭୁବନେଶ୍ୱର/କଟକ: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଯାପିତ ହୋଇଯାଇଛି।ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା।

ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇ ଚମ୍ପିୟାନ ଓ ରନର୍ସ ଅପ ଖେଳାଳୀଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଖେଳାଯାଇ ଥିବା ପୁରୁଷ ଫାଇନାଲ ଖେଳରେ ଭାରତର କିରଣ ଜର୍ଜ ଇଣ୍ଡୋନେସିଆ ଖେଳାଳୀ ମହମ୍ମଦ ୟୁସୁଫଙ୍କୁ 21,-14,13-21 ଓ 21-16 ପଏଣ୍ଟର ତିନୋଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ମହିଳା ଫାଇନାଲରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶର ଇସାରାଣୀ ବରୁଆଙ୍କୁ ସିଧାସଳଖ 21-17,21-10 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି।

ମିକ୍ସଡ଼ ଡବଲସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ମାରୱାନ ଫାଜ଼ା ଓ ଆସ୍ୟାହ ପୂର୍ତ୍ତି ପ୍ରଣତା, ଡି.ଫେର୍ଡିନେନସି ଓ ବି. ୱାର୍ଡନାଙ୍କୁ 21-15 ଓ 21-10 ପଏଣ୍ଟର ସିଧାସଳଖ ଦୁଇଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି। ମହିଳା ଡବଲସ ବିଭାଗ ଫାଇନାଲ ମ୍ୟାଚ୍‌ ଟପସିଡ଼ ବୁଲଗେରିଆ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଏବଂ ମାଲେସିଆ ଯୋଡି ଅଙ୍ଗଜିନ ୟୀ ଓ କାର୍ମେନ ଟିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଲାଗେରିଆ ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ 21-19, 21-14 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ପୁରୁଷ ଡବଲସ ଫାଇନାଲ ମାଲେସିଆ ଯୋଡି କଂଗ ଖାଇ ଜିଙ୍ଗ ଓ ଏରୋନ ତାଇ ଇଣ୍ଡୋନେସିଆର ଅଲି ରେହନ ଓ ଦେଭିନ ଅର୍ଥା ୱାହୁଡିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଣ୍ଡୋନେସିଆ ଯୋଡି ମାଲେସିଆ ଯୋଡିଙ୍କୁ 15-21, 21-12 ଓ 21-16 ପଏଣ୍ଟର ତିନୋଟି ଗେମ୍‌ରେ ହରାଇ ଚମ୍ପିୟାନ ହୋଇଛନ୍ତି।

ଛଅ ଦିନ ଧରି ଚାଲିଥିବା ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସର ପରିଚାଳନା ପାଇଁ ଏକ ସାତ ଜଣିଆ ଅଫିସିଆଲ ଦଳରେ ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବେ ବେଣୁ ଗୋପାଳ ମହାଲିଙ୍ଗମ, ରେଫରୀ ଭାବେ ସ୍ୱିଜରଲାଣ୍ଡର ମାନିକ ବସ୍ତିଏନ, ଡେପୁଟି ରେଫରୀ ଭାବେ ଇସ୍ତୋନିଆର ଅରତୁଲ ଯଲୁଜ଼ନୋଇ, ଲୋକାଲ ଡେପୁଟି ରେଫରୀ ଭାବେ ଭାରତର ମଞ୍ଜୁଷା ସହସ୍ରବୁଧେ, ମ୍ୟାଚ୍ କଣ୍ଟ୍ରୋଲର ଭାବେ ଭାରତର ମିହିର ରତଞ୍ଜଙ୍କର ନିଯୁକ୍ତ ହୋଇଥିଲେ। ପୁରସ୍କାର ବିତରଣ ସମୟରେ ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀ ସୁଦର୍ଶନ ସାହୁ, ଡାଇରେକ୍ଟର ଜେନେରାଲ ଫାୟାର ସର୍ଭିସେସ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦେଶକ ଆବୋଲି ସୁନୀଲ ନର୍ବାଣେ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ ମିଶ୍ର, ନାଲକୋ ସିଏମଡ଼ି ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ ସମ୍ପାଦକ ଶ୍ରୀ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking