19.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶହିମାଚଳରେ ବାଦଲଫଟା ବର୍ଷା ; ୧୩ ମୃତ,୪୦ ନିଖୋଜ

ହିମାଚଳରେ ବାଦଲଫଟା ବର୍ଷା ; ୧୩ ମୃତ,୪୦ ନିଖୋଜ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ସେହିପରି ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ହିମାଚଳର କୁଲୁ-ମନାଲୀ ଓ ଲାହୌଲ-ସ୍ପିତିରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଭୟଙ୍କର ବିପର୍ଯ୍ୟୟ ଆଣିଛି ବାଦଲ ଫଟା ବର୍ଷା । ଅନେକ ଘର, ଦୋକାନ, କ୍ଷେତବାଡ଼ି ଛାରଖାର ହୋଇଯାଇଛି । ହିମାଚଳ ପ୍ରଦେଶର ଲୋକଙ୍କ ଉପରେ ପ୍ରକୃତି ଦାଉ ସାଜିଛି। ଜୁଲାଇ ୩୧ରେ ରାଜ୍ୟରେ ବାଦଲ ଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ଥିବା କୁହାଯାଉଛି । ଗତକାଲି ମଣ୍ଡି ଓ ଶିମ୍‌ଲା ଜିଲ୍ଲାରେ ୪ଟି ମୃତଦେହ ମିଳିଛି । ୩୧ ତାରିଖ ରାତିରେ କୁଲୁର ନିରମଣ୍ଡ, ସୈଞ୍ଜ, ମଲାଣା, ମଣ୍ଡି ଜିଲ୍ଲାର ପଧର ଓ ଶିମ୍ଭାର ରାମପୁରରେ ବାଦଲ ଫଟା ବର୍ଷା ବିନାଶର ତାଣ୍ଡବ ରଚିଥିଲା। ଅଧିକାରୀମାନଙ୍କ ସୂଚନା ମୁତାବକ, ମଣ୍ଡି ଜିଲ୍ଲାର ପଧରରେ ରାଜଭାନ ଗାଁର ସୋନମ୍‌ ଓ ମାନବୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ରାମପୁରରେ ସତଲୁଜ ନଦୀକୂଳରୁ ଆଉ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । କିନ୍ତୁ ମୃତଦେହ ଦ୍ଵୟକୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରି ନ ଥୁବା ଶିମ୍‌ଲା ଏସ୍‌ପି ସଞ୍ଜୀବ କୁମାର ଗାନ୍ଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking