26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ

ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ

ରାଜସ୍ଥାନ:  ଏକ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛିି। ହାଇକୋର୍ଟ ସ୍ୱାସ୍ଥ୍ୟଗତ କାରଣରୁ ଆସାରାମଙ୍କୁ ଛଅ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୀବ ପ୍ରକାଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଡିଭିଜନ ବେଞ୍ଚ ଆସାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଦର୍ଶାଇ ଆଶାରାମ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ। ଆସାରାମ ନିଜ ଗୁରୁକୁଳର ନାବାଳିକା ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

ଜାନୁଆରୀ ମାସର ପ୍ରାରମ୍ଭରେ, ସୁପ୍ରିମକୋର୍ଟ ୨୦୧୩ ବଳାତ୍କାର ମାମଲାରେ ଆଶାରାମଙ୍କୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଉଲ୍ଲେଖ କରିଥିଲେ ଯେ ଆଶାରାମଙ୍କର ବୟସ ସମ୍ପର୍କିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଅଛି ଏବଂ ସେ ଦୁଇଟି ହୃଦଘାତର ଶିକାର ହୋଇଛନ୍ତି। ଜଣେ ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଆଶାରାମ ଅଗଷ୍ଟ ୨୦୧୩ରୁ ଜେଲରେ ଅଛନ୍ତି। ଜଣେ ୧୬ ବର୍ଷୀୟା ଝିଅର ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା। ଦୁଇ ମାସ ପରେ, ଆଶାରାମ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୁଦ୍ଧରେ ଗୁଜୁରାଟର ସୁରତରେ ଥିବା ତାଙ୍କ ଆଶ୍ରମରେ ଦୁଇ ଭଉଣୀଙ୍କୁ ବଳାତ୍କାର କରିବା ଅଭିଯୋଗ ହୋଇଥିଲା। 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking