ଭୁବନେଶ୍ୱର: ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ପରିବହନ ମନ୍ତ୍ରୀ ବିଭୁତି ଜେନା ଅନୁରୋଧ କରିଛନ୍ତି । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି , ସବୁ ଦାବିର ସମାଧାନ ହେବ । ଡ୍ରାଇଭର ମହାସଂଘର ନାମରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଭ୍ରମିତ କରୁଛନ୍ତି । ନିରୀହ , ସରଳ ଡ୍ରାଇଭରମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ ।










