16.1 C
Bhubaneswar
Thursday, February 5, 2026
Homeଓଡିଶାଆନ୍ତଃ ଉଚ୍ଚ ମାଧ୍ୟମିକ କ୍ରିକେଟ ଟୁର୍ନାମେଣ୍ଟ ବ୍ୟାସ ନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ

ଆନ୍ତଃ ଉଚ୍ଚ ମାଧ୍ୟମିକ କ୍ରିକେଟ ଟୁର୍ନାମେଣ୍ଟ ବ୍ୟାସ ନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଚାଲୁଥିବା ଆନ୍ତଃ ଉଚ୍ଚ ମାଧ୍ୟମିକ କ୍ରିକେଟ ଟୁର୍ନାମେଣ୍ଟ ଜୋନ – ଏଚର ଫାଇନାଲ ମ୍ୟାଚ ବି. ଆର. ଏମ. ଭୁବନ ଓ ବ୍ୟାସନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ୮ ଉଇକେଟରେ ବ୍ୟାସନଗର ଚମ୍ପିୟାନ ହୋଇଥିଲେ l ଟସରେ ବିଜୟୀ ହୋଇ ଭି.ଏ ନ . ପ୍ରଥମେ ଫିଲଡିଂ କରିବାର ନିଷ୍ପତି ନେଇଥିଲେ l ଆମନ୍ତ୍ରଣ ପାଇ ବି. ଆର. ଏମ. ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୪ ଓଭରରେ ସମସ୍ତ ଉଇକେଟ ହରାଇ ୬୫ରନ କରିଥିଲେ l ଭି.ଏନ. ର ଅନିକେତ ଧୀର ୪ଟି ଉଇକେଟ ନେଇଥିଲେ l ଏହାର ଜବାବରେ ମାତ୍ର ୧୧୧ ଓଭରରେ ୨ ଉଇକେଟ ହରାଇ ୬୬ ରନ କରି ବିଜୟୀ ହୋଇଥିଲେ l ଦଳ ତରଫରୁ ଶୁଭମ ସିଂ ୧୯ ଓ ଅନିକେତ ଧୀର ୧୬ରନ କରିଥିଲେ, ଅଲ୍ରାଉଣ୍ଡର ସଫଳତା ପାଇଁ ଭି. ଏନ. ର ଅନିକେତ ଧୀରଙ୍କୁ ତେଜ ହୋଣ୍ଡା ପ୍ରଦତ୍ତ ମ୍ୟାନ ଅଫ ଦ ମ୍ୟାଚ ଓ ଚମ୍ପିୟାନ ଓ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା l

ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ବି. ଆର. ଏମ. କଲେଜର ଅଧକ୍ଷ, ତେଜ ହୋଣ୍ଡାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ରାକେଶ ରାଉତ ଭି. ଏନ. କଲେଜର ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ରାଧିକା ରଞ୍ଜନ କାନୁନଗୋ, ରଞ୍ଜନ ସାହୁ, ଶରତ ଜେନା, କଳ୍ପତରୁ ପରିଡା, ସ୍ମୃତିରଞ୍ଜନ ସାହୁ, ନଟବର ମଲ୍ଲିକ ଉପସ୍ଥିତ ଥିଲେ l କ୍ରୀଡା ପ୍ରଶିକ୍ଷକ ନିରଞ୍ଜନ ପୃଷ୍ଟି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ l ଖେଳାକୁ ପବିତ୍ର ମଲ୍ଲିକ, ଶୁଭମ ବିଶ୍ୱାଳ ପରିଚାଳନା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking