ନୂଆଦିଲ୍ଲୀ: ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ନିର୍ଦ୍ଦେଶ ଦେଇଛନ୍ତି । ଔଷଧ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଜରୁରୀକାଳିନ ସ୍ଥିତିରେ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ସୁବିଧାରେ କୌଣସି ବ୍ୟାଘାତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି କହିଛନ୍ତି , ଦାୟିତ୍ୱରେ ଖିଲାପ କଲେ କଡା କାଯ୍ୟାମୁଷ୍ଠାନ ନିଆଯିବ । ଅନ୍ୟପଟେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂଣ୍ଣ ବୈଠକ କରାଯାଇଛି । କୃଷି ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ । ଏନେଇ ଏକ୍ସରେ ସୂଚନା ଦେଲେ ଶିବରାଜ ସିଂ ଚୌହାନ । କହିଲେ ସୀମାରେ ଯବାନ , କ୍ଷେତରେ କିଷାନ ପ୍ରସ୍ତୁତ ରହିଛନ୍ତି ।