18.1 C
Bhubaneswar
Thursday, December 12, 2024
Homeଓଡିଶାହାତୀ ପାଇଁ ଅନିଦ୍ରା ଚାଷୀ: ବନବିଭାଗ ନାକେଦମ

ହାତୀ ପାଇଁ ଅନିଦ୍ରା ଚାଷୀ: ବନବିଭାଗ ନାକେଦମ

ସୁବର୍ଣ୍ଣପୁର: ଜଙ୍ଗଲି ହାତୀପଲ ସହ ଚାଷୀ ଓ ବନ ବିଭାଗର ଚାଲିଛି ଲୁଚକାଳି ଖେଳ । ନାକେଦମ ହେଲାଣି ବନ ବିଭାଗ । ଏଭଳି ଘଟଣା ଆସିଛି , ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଗତ କିଛି ଦିନ ତଳେ ୨୧ ଟିକିଆ ହାତୀପଲ ପାଇଁ ନାକେଦମ ହେଲାଣି ବନ ବିଭାଗ । ଦୁଇ ଦିନ ତଳେ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ଜଙ୍ଗଲି ହାତୀପଲକୁ ବନ ବିଭାଗ ଘଉଡାଇବା ପରେ ଜିଲ୍ଲାର ଚାଷୀ ଶାନ୍ତିରେ ଥିବା ବେଲେ ଆଜି ପୁଣି ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଫେରି ଆସିଛନ୍ତି । ଯେଉଁଥିପାଇଁ ଏବେ ଧାନ ଅମଳ ସମୟ ହୋଇଥିବାରୁ ଜିଲ୍ଲାର ଚାଷୀ ଚିନ୍ତାରେ । ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ୫ ଟିକିଆ ହାତୀପଲ ଏବେ ବିନିକା ରେଞ୍ଜ ଉର୍ଲେ ଗ୍ରାମ ଅଞ୍ଚଳରେ ରହିଛନ୍ତି । ଜଙ୍ଗଲି ହାତୀପଲ ପାଈଁ ଭୟଭିତ ରହିଥିବା ବେଳେ ଗ୍ରାମବାସୀ ମାନେ ନିଆଁ ଜାଳି ହାତୀ ଘଉଡ଼ାଇବାକୁ ଲାଗିପଡିଛନ୍ତି । ବିନିକା ବନ ବିଭାଗ କର୍ମଚାରୀ ମାନେ ହାତୀର ଗତିପଥ ଉପରେ ନଜର ରଖିବା ସହ କିପରି ଧନ ଜୀବନ କ୍ଷୟ କ୍ଷତି ନହେବ ସେନେଇ ତପ୍ତରତା ପ୍ରକାଶ କରିଛନ୍ତି । ବନ ବିଭାଗ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ହାତୀ ଘଉଡ଼ାଇବାରେ ଲାଗି ପଡ଼ିଥିବା କହିଛନ୍ତି ବିନିକା ବନ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking