32.1 C
Bhubaneswar
Wednesday, October 16, 2024
Homeଖେଳଆହତ ବେନ୍ ସିୟର୍ସ ସିରିଜ୍‌ରୁ ବାଦ୍

ଆହତ ବେନ୍ ସିୟର୍ସ ସିରିଜ୍‌ରୁ ବାଦ୍

ବେଙ୍ଗାଲୁରୁ: ଭାରତ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର୍ ବେନ୍ ସିୟର୍ସ ଆହତ ହୋଇଛନ୍ତି । ଆଣ୍ଠୁରେ ଆଘାତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ କ୍ୟାକବ୍ ଡଫିଙ୍କୁ ସୁଯୋଗ ଦିଆଯିଆଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ମଙ୍ଗଳବାର ଜଣାଇଛି ଯେ ସିୟର୍ସ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଅବସରରେ ଟ୍ରେନିଂ ବେଳେ ବାମଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ । ଗତ ସପ୍ତାହରେ ସ୍କାନ୍ କରାଯିବା ପରେ ତାଙ୍କ ଆଣ୍ଠୁର ଲିଗାମେଣ୍ଟ୍‌ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସିରିଜ୍‌ରୁ ବାଦ୍ ଦିଆଯାଇଛି ।

ତାଙ୍କ ବଦଳ ଖେଳାଳି ଭାବେ ଅନ୍‌କ୍ୟାପ୍‌ଡ ବୋଲର୍ ଜ୍ୟାକବ୍ ଡଫିଙ୍କୁ ଚୟନ କରାଯାଇଛି । ଓଟାଗୋର ସର୍ବକାଳୀନ ଶୀର୍ଷ ୱକେଟ୍ ହାସଲକାରୀ କ୍ୟାକବ୍ ୧୪ ଟି-୨୦ ଏବଂ ୬ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ୱ କରିସାରିଛନ୍ତି । ତାଙ୍କ ନାମରେ ୨୯୯ ପ୍ରଥମ ଶ୍ରେଣୀ ୱିକେଟ୍ ମଧ୍ୟ ରହିଛି । ସିୟର୍ସଙ୍କ ଆଘାତ ସମ୍ପର୍କରେ କିୱି ଟିମ୍ ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ କହିଛନ୍ତି ଆଶା କରୁଛୁ ସେ ଖୁବ୍‌ଶୀଘ୍ର ସୁସ୍ଥ ହେବେ । ତାଙ୍କର ଟିମ୍‌ରେ ଉପସ୍ଥିତି ଏକ ଫାଷ୍ଟ ବୋଲିଂ ବିକଳ୍ପ ଦେଇଥାଏ । ସିରିଜ୍‌ର ପ୍ରଥମ ମ୍ୟାଚ୍ ବୁଧବାରଠାରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ପୁଣେ (ଅକ୍ଟୋବର ୨୪) ଏବଂ ତୃତୀୟ ମ୍ୟାଚ୍ ମୁମ୍ବାଇ (ନଭେମ୍ବର ୧)ରେ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking