18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଆଫଗାନିସ୍ତାନ ନିୟମରେ ଅମାନବୀୟ ପରିବର୍ତ୍ତନ, ଫେରିଲା ଦାସତ୍ୱ ପ୍ରଥା

ଆଫଗାନିସ୍ତାନ ନିୟମରେ ଅମାନବୀୟ ପରିବର୍ତ୍ତନ, ଫେରିଲା ଦାସତ୍ୱ ପ୍ରଥା

ନୂଆଦିଲ୍ଲୀ: ଆଫଗାନିସ୍ତାନ ନିଜ ନିୟମରେ ଏକ ଅଜବ ଅମାନବୀୟ ପରିବର୍ତ୍ତନ କରିଛି । ଯେଉଁ ଦାସତ୍ୱ ପ୍ରଥା ଶତାଧିକ ବର୍ଷ ପୂର୍ବେ ବିଶ୍ୱରୁ ଉଠିସାରିଥିଲା, ତାଲିବାନ ପ୍ରଶାସନ ତାକୁ ପୁନଃସ୍ଥାପିତ କରିଛି । ଆଫଗାନିସ୍ତାନରେ ନିକଟରେ ତାଲିବାନ ପ୍ରଶାସନ ଦ୍ୱାରା ଏକ ନୂଆ କ୍ରିମିନାଲ ପ୍ରୋସିଜର କୋଡ୍ ଜାରି ହୋଇଛି, ଯାହାକୁ ନେଇ ଖୁବ୍ ବିବାଦ ଉପୁଜିଛି । ଚଳିତ ଜାନୁଆରୀରେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ଏହି କୋଡ୍‌କୁ ମଞ୍ଜୁରି ଦେବା ସହିତ କୋର୍ଟରେ ଲାଗୁ କରିବା ନିମନ୍ତେ ଆଦେଶ ଦେଇଛନ୍ତି । ଏହି ନିୟମରେ ଦାସତ୍ୱ ପ୍ରଥାକୁ ସିଧାସଳଖ ମାନ୍ୟତା ଦିଆଯାଇଛି । ଏହି ଦସ୍ତାବିଜରେ ଅନେକ ସ୍ଥାନରେ ଦାସ ଓ ମାଲିକ ଭଳି ଶବ୍ଦ ପ୍ରୟୋଗ ହୋଇଛି । ଏହି ଶବ୍ଦକୁ ନେଇ ବିଶ୍ୱର ମାନବାଧିକାର ସମୂହ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ଏମାନଙ୍କ କହିବା ଅନୁସାରେ, ତାଲିବାନ କୋଡ୍ ନାଗରିକଙ୍କୁ ୪ ଅସମାନ ବର୍ଗରେ ବିଭକ୍ତ କରେ । ଏହି ବିଭାଗରେ ଦାସଙ୍କୁ ଏକ ନ୍ୟାୟିକ ବିଭାଗ ରୂପେ ବର୍ଗୀକୃତ କରାଯାଇଛି । ନୂଆ ଆଇନ ମୁଲ୍ଲା ଓ ମୌଲବୀଙ୍କ ଅପରାଧକୁ ବଳ ଦେବ । ଅର୍ଥାତ୍ ଯଦି ଜଣେ ମୁଲ୍ଲା ଅପରାଧ କରନ୍ତି, ତେବେ ତାଙ୍କ ବିରୋଧରେ ମକଦ୍ଦମା କରାଯାଇ ପାରିବ ନାହିଁ । ତାଲିବାନର ନୂଆ କୋଡ୍‌ର ଧାରା-୯ ଆଫଗାନ ସମାଜକୁ ୪ଟି ବର୍ଗରେ ବିଭକ୍ତ କରେ । ଏଥିରେ ସର୍ବାଗ୍ରେ ଅଛନ୍ତି ମୁଲ୍ଲା ଓ ମୌଲବୀ । ଏମାନଙ୍କୁ କୌଣସି ଅପରାଧ ପାଇଁ ଦଣ୍ଡ ମିଳିବ ନାହିଁ, ବରଂ କେବଳ ବୁଝାଯିବ । ସବୁଠୁ ନିମ୍ନ ବର୍ଗର ଲୋକଙ୍କୁ ଜେଲ ଓ ଶାରୀରିକ ଦଣ୍ଡ ମିଳିବ । ରୱାଦାରୀ ନାମକ ସଂଗଠନ ଏହି ଦାବି କରିଛି । ତାଲିବାନ- ନିୟନ୍ତ୍ରିତ ଆଫଗାନିସ୍ତାନରେ ଏଣିକି ଗୋଟିଏ ଅପରାଧ ପାଇଁ ଦଣ୍ଡ ଅପରାଧୀଙ୍କ ବର୍ଗ ଆଧାରରେ ଭିନ୍ନ ଭିନ୍ନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking