21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଅମାନବୀୟ, ଅକଥନୀୟ, ଅସହ୍ୟନୀୟ; ଦୁଇ ଭାଇଙ୍କ ନଖ ଉପାଡ଼ି ବିଦ୍ୟୁତ୍ ଆଘାତ ଦେଲେ ମାଲିକ

ଅମାନବୀୟ, ଅକଥନୀୟ, ଅସହ୍ୟନୀୟ; ଦୁଇ ଭାଇଙ୍କ ନଖ ଉପାଡ଼ି ବିଦ୍ୟୁତ୍ ଆଘାତ ଦେଲେ ମାଲିକ

ରାୟପୁର: ଛତିଶଗଡ଼ର କୋବ୍ରା ଅଞ୍ଚଳରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସୁଛି। ନିଜ ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ରାଜସ୍ଥାନରୁ ଏଠାକୁ ଚାଲିଆସିଥିବା ଦୁଇ ଭାଇଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଛି। ରିପୋର୍ଟ ଅନୁସାରେ ଏଠାରେ ଥିବା ଏକ ଆଇସକ୍ରିମ୍ ପାର୍ଲରରେ ଦୁଇ ଭାଇ ଅଭିଷେକ ଭାମ୍ବି ଏବଂ ବିନୋଦ ଭାମ୍ବି ଗତ ଫେବ୍ରୁଆରୀ ମାସରୁ କାମ କରିଆସୁଥିଲେ। ରାଜସ୍ଥାନର ଭିଲୱାରା ଅନ୍ତର୍ଗତ କନିୟା ଏବଂ କଲିୟାସ ଗ୍ରାମରେ ଉଭୟଙ୍କ ଘର। କିନ୍ତୁ କୌଣସି କାରଣ ବଶତଃ ସେମାନଙ୍କୁ ଦୋକାନ ମାଲିକ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ନଖ ଉପାଡି ଦେଇଥିବା ଏବଂ ବିଦ୍ୟୁତ୍ ଝଟକା ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରକାଶ, ଭିଲୱାରାର ଗୁଲାବପୁରା ଥାନାରେ ପୀଡିତ ଭାଇଦ୍ୱୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନିକଟରେ ସେମାନେ ଘରକୁ ଯିବା ପାଇଁ ମାଲିକଙ୍କୁ ୨୦ ହଜାର ଟଙ୍କା ଅଗ୍ରୀମ ମାଗିଥିଲେ। ମାଲିକ କିନ୍ତୁ ସେମାନଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଫଳରେ ସେମାନେ କାମ ଛାଡ଼ିଦେବେ ବୋଲି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୋକାନ ମାଲିକ ଗତ ୧୪ ତାରିଖ ରାତିରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ଅନ୍ୟପଟେ ଦୋକାନ ମାଲିକ ମଧ୍ୟ ଦୁଇ ଭାଇଙ୍କ ବିରୋଧରେ କୋବ୍ରା ଥାନାରେ ଚୋରି ଅଭିଯୋଗ ଆଣିଛନ୍ତି। ଉଭୟ ଥାନାର ପୁଲିସ ମିଳିତ ଭାବେ ଏହାର ତଦନ୍ତ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking