ଭୁବନେଶ୍ୱର: ପରିବର୍ତ୍ତନ ହେବ ରାଜ୍ୟ କ୍ୟାବିନେଟର ଢାଞ୍ଚା । କ୍ୟାବିନେଟ ବୈଠକରେ ଲାଗିବ ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ । ନିର୍ଦ୍ଦେଶନାମା ଅନୁସାରେ, ପାଞ୍ଚଦିନ ପୂର୍ବରୁ କ୍ୟାବିନେଟ ବସିବାର ତାରିଖ ଧାର୍ଯ୍ୟ ହେବ । ଦୁଇ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ମନ୍ତ୍ରୀଙ୍କ ପାଖକୁ ଯିବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପରସ୍ତାବ କ୍ୟାବିନେଟକୁ ଆସିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ ବସିପାରିବ ନାହିଁ । କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମରେ ନବସି ପାଖ ରୁମରେ ବସିବେ । ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ । ପ୍ରସ୍ତାବଗୁଡିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯକାରୀ କରାଇବା ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯିବ ।