25.1 C
Bhubaneswar
Thursday, October 24, 2024
Homeଓଡିଶାସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା

ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର :  ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମାହାପାତ୍ରଙ୍କ ସୂଚନା ଜାରି ରହିଛି । ଆଜି ରାତିରୁ କାଲି ପୂର୍ବାହ୍ଣ ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।  ଭିତରକନିକା- ଧାମରାରେ  ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । ଏଥର ବାତ୍ୟାର ଆଖି ରହିବ ନାହିଁ । କେନ୍ଦ୍ରାପଡା- ଭଦ୍ରକ ଅଧିକ ପ୍ରଭାବିତ ହେବ । ଗୋଟିଏ ମିଟରରୁ ଅଧିକ ଜୁଆର ଆସିପାରେ । ସମୁଦ୍ର ଏବେ ବି ଅଶାନ୍ତ ରହିଛି । ଏବେ ୬୦ରୁ ୭୦ କିମି ବେଗେରେ ପବନ ବହୁଛି । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବଢିବ ପ୍ରଭାବ । ଖୋର୍ଦ୍ଦା ଓ ପୁରୀରେ ବି ପବନ ବହିବ । ଚାଳ, ଛପର ଘର ଉଡି ଭାଙ୍ଗି ଯାଇପାରେ । ବଡ ବଡ ଗଛ ଭାଙ୍ଗି ଯାଇପାରେ । ୩ ଜିଲ୍ଲାରେ  ବେଶୀ ପବନ  ବହିବ । । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ବଢିବ ପ୍ରଭାବ । ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ । ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ଅଛି ବାତ୍ୟା । ସେଠାରେ ଏବେ ପବନର ବେଗ ୯୫ରୁ ୧୦୫ କିମି ରହିଛି । ଆଜି ରାତିରୁ କାଲି ସକାଳ ଯାଏଁ ପବନ ବେଶୀ ବହିବ । ଖୋର୍ଦ୍ଦା, ପୁରୀ, ମୟୁରଭଞ୍ଜରେ ୬୦ରୁ ୮୦ କିମି ପବନ ବହିବ । ପୂର୍ୱାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ । ଆଉ ବଢିବନି । ଲ୍ୟାଣ୍ଡଫଲ ଟିରେ ବଙ୍କେଇବ ବାତ୍ୟାର ମୋଡ । ଏହା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମାହାପାତ୍ରଙ୍କ  ସୂଚନା ରହିଥିଲ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking