17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସୀମାରେ ଅନୁପ୍ରବେଶ ଉଦ୍ୟମ ଜାରି; ଭାରତ-ବାଂଲାଦେଶ ସୀମାରେ ଭୀଷଣ ଉତ୍ତେଜନା

ସୀମାରେ ଅନୁପ୍ରବେଶ ଉଦ୍ୟମ ଜାରି; ଭାରତ-ବାଂଲାଦେଶ ସୀମାରେ ଭୀଷଣ ଉତ୍ତେଜନା

କୋଲକାତା: ପଶ୍ଚିମବଙ୍ଗ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବାଂଲାଦେଶୀକୁ ନେଇ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନା ବଢ଼ି ବଢ଼ି ଚାଲିଛି। ରିପୋର୍ଟ ଅନୁସାରେ ଶନିବାର ପଶ୍ଚିମବଙ୍ଗ ମାଲଦା ଜିଲ୍ଲାକୁ ଲାଗି ବାଂଲାଦେଶର ସୁଖଦେବପୁର ସୀମାରେ ଶନିବାର କିଛି ଲୋକ ସୀମା ଅତିକ୍ରମ କରି ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଫଳରେ ବାଂଲାଦେଶୀମାନେ ଟେକାପଥର ମାଡ଼ କରିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ବିଏସଏଫ୍ ଯବାନ୍ ସେଠାରେ ପହଞ୍ôଚବା ପରେ ବାଂଲାଦେଶୀଙ୍କୁ ଘଉଡାଇ ଦିଆଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଏସ୍‌ଏଫ୍ ଲୁହବୁହା ଗ୍ୟାସ ସେଲ୍ ପ୍ରୟୋଗ କରିଥିଲା। ଏପରିକି ବିଏସ୍‌ଏଫ୍ ଯବାନ୍‌ଙ୍କୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା ଯାହାପରେ ବାଂଲାଦେଶୀ ନାଗରିକମାନେ ଫେରାର ହୋଇଯାଇଥିଲେ। ପ୍ରକାଶ, ସୁଖଦେବପୁର ସୀମାରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କୌଣସି ବାଡ଼ ନାହିଁ। ଯେତେବେଳେ ବିଏସ୍‌ଏଫ୍ କଣ୍ଟାତାର ଲଗାଇବାକୁ ଚେଷ୍ଟା କରିଥିଲା, ବିଜିବି ( ବାଂଲାଦେଶର ସୀମା ସୁରକ୍ଷା ବାହିନୀ) ଏହାକୁ ଅଟକାଇ ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking