22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଅନୁପ୍ରବେଶ ଉଦ୍ୟମ ବିଫଳ, ୨ ଆତଙ୍କୀ ନିପାତ

ଅନୁପ୍ରବେଶ ଉଦ୍ୟମ ବିଫଳ, ୨ ଆତଙ୍କୀ ନିପାତ

ଶ୍ରୀନଗର: ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିରେ ୨ ଆଙ୍କବାଦୀ ନିହତ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ବିଳମ୍ବିତ ରାତି ସମୟରେ ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ସୂଚନା ମିଳିବା ମାତ୍ରେ ଭାରତୀ ଯବାନ ସେମାନଙ୍କ ଉପରେ ଗୁଳିମାଡ କରିବା ଆରମ୍ଭ କରିଥିଲା। ଅପରପକ୍ଷରୁ ମଧ୍ୟ ଭାରତୀୟ ସେନା ଉପରକୁ ପ୍ରତି ଆକ୍ରମଣ କରାଯାଇଥିଲା। ତେବେ ଏହି ଗୁଳି ବିନିମୟ ଘଟଣାରେ ଭାରତୀୟ ସେନା ଯବାନ୍‌ଙ୍କ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି। ଏଥିସହ ଉପତ୍ୟକାରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜମ୍ମୁ କାଶ୍ମୀରରେ ନିର୍ବାଚନ ପାଖରେ ଆସୁଥିବା ବେଳେ ଏହାପୂର୍ବରୁ ପାକିସ୍ତାନ ଜାଣିଶୁଣି ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକ୍ରମ ଚଳାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking