29.1 C
Bhubaneswar
Monday, March 23, 2026
Homeଦେଶ ବିଦେଶସୀମାରେ ଅନୁପ୍ରବେଶ ଉଦ୍ୟମ ବିଫଳ; ଯବାନ୍‌ଙ୍କ ଗୁଳିରେ ୫ ସନ୍ଦିଗ୍ଧ ସଫା

ସୀମାରେ ଅନୁପ୍ରବେଶ ଉଦ୍ୟମ ବିଫଳ; ଯବାନ୍‌ଙ୍କ ଗୁଳିରେ ୫ ସନ୍ଦିଗ୍ଧ ସଫା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କୃଷ୍ଣା ଘାଟି ଅଞ୍ଚଳ (ସୀମାରେଖା)ରେ ପାକିସ୍ତାନ ପଟୁ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୀମା ସୁରକ୍ଷା ବଳ ବିଫଳ କରିଦେଇଛନ୍ତି। ରିପୋର୍ଟ ଅନୁସାରେ ପାକିସ୍ତାନ ପଟୁ ୫ ସନ୍ଦିଗ୍ଧ ବ୍ୟକ୍ତି ଭାରତୀୟ ସୀମାରେଖାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏମାନଙ୍କୁ ପାକିସ୍ତାନୀ ସୀମାରେ ମୁତୟନ ଥିବା ପାକିସ୍ତାନ ସୀମା ସୁରକ୍ଷା କର୍ମୀମାନେ ସହାୟତା କରିଥିଲେ।

ତେବେ ବିଏସ୍‌ଏଫ୍ ଯବାନ୍‌ଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ସେମାନେ ଆଗକୁ ବଢ଼ିଥିଲେ। ତେବେ ଏହି ସମୟରେ ଭାରତୀୟ ସୁରକ୍ଷା ଯବାନ୍ ଫାଙ୍କାରେ ଗୁଳି ଚାଳନା କରିଥିବା ବେଳେ ପାକିସ୍ତାନୀ ସେନା ଏବଂ ସନ୍ଦିଗ୍ଧମାନେ କିନ୍ତୁ ଭାରତୀୟ ଯବାନ୍‌ଙ୍କ ଉପରକୁ ଗୁୂଳିମାଡ଼ କରିଥିଲେ। ଜବାବରେ ଭାରତୀୟ ସେନା ଯବାନ୍ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏଥିରେ ସମସ୍ତ ସନ୍ଦିଗ୍ଧ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ପ୍ରକାଶ, ଗତ କିଛି ମାସ ମଧ୍ୟରେ ପାକିସ୍ତାନ ପଟୁ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ଭାରତୀୟ ସେନା ନିଶ୍ଚିତ କରିଛି। ଚଳିତବର୍ଷ ଫେବ୍ରୁଆରିରେ କୃଷ୍ଣା ଘାଟି ସେକ୍ଟରରେ ସମାନ ଘଟଣା ରିପୋର୍ଟ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking