ନୂଆଦିଲ୍ଲୀ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି । ଲାଲକିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦି ଐତିହାସିକ ସମ୍ବୋଧନ କରିଛନ୍ତି । ସିନ୍ଧୁ ନଦୀ ଜଳ ଚୁକ୍ତି ଏକତରଫା ଥିଲା କହିଲେ ନରେନ୍ଦ୍ର ମୋଦୀ । ଆହୁରି କହିଛନ୍ତି, ଆମ କୃଷକମାନେ ସେମାନଙ୍କ ହକ ପାଉନଥିଲେ । ସିନ୍ଧୁ ନଦୀର ପାଣି ଶତ୍ରୁ ରାଷ୍ଟ୍ରର ଜମିକୁ ଜଳସେଚିତ କରୁଥିଲା । ଅପରେସନ ସିନ୍ଦୂର ପରେ ଆମେ ଚୁକ୍ତିକୁ ରଦ୍ଦ କଲୁ । କାରଣ ରକ୍ତ ଓ ପାଣି ଏକାସଙ୍ଗେ ପ୍ରବାହିତ ହୋଇପାରିବନି । ସାତ ଦଶନ୍ଧି ଧରି ଆମ କୃଷକ କ୍ଷତି ସହୁଥିଲେ । ଏବେ ସିନ୍ଧୁ ନଦାର ପାଣି କେବଳ ଭାରତର କୃଷକଙ୍କୁ ମିଳିବ ।










