13.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଇଣ୍ଡୋନେସିଆ ଜାହାଜରେ ନିଆଁ ଲାଗିବା ଘଟଣା: ଉଦ୍ଧାର ହେଲେ ୫୬୦ ଯାତ୍ରୀ

ଇଣ୍ଡୋନେସିଆ ଜାହାଜରେ ନିଆଁ ଲାଗିବା ଘଟଣା: ଉଦ୍ଧାର ହେଲେ ୫୬୦ ଯାତ୍ରୀ

ଜାକର୍ତ୍ତା: ଇଣ୍ଡୋନେସିଆ ଜାହାଜରେ ନିଆଁ ଲାଗିବା ଘଟଣାରେ ସୌଭାଗ୍ୟବଶତଃ ୫୬୦ ଯାତ୍ରୀ ବର୍ତ୍ତିଯାଇଛନ୍ତି । ତେବେ ଦୁର୍ଭାଗ୍ୟବଶତଃ ଜଣେ ଗର୍ଭବତୀଙ୍କ ସମେତ ୩ଜଣ ଏହି ଅଘଟଣରେ ପ୍ରାଣ ହରାଇଛନ୍ତି । ରିପୋର୍ଟ ଅନୁସାରେ ଇଣ୍ଡୋନେସିଆର ତାଲୌଡ୍ ଦ୍ୱୀପପୁଞ୍ଜ ଜିଲ୍ଲାର ମେଲୋଙ୍ଗୁଆନ୍ ବନ୍ଦରରୁ ଉତ୍ତର ସୁଲାୱେସି ପ୍ରଦେଶର ରାଜଧାନୀ ମାନାଡୋ ସହର ଅଭିମୁଖେ ଏକ ଫେରି (ଛୋଟ ଜାହାଜ) ସହାୟତାରେ ପ୍ରାୟ ୫୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତ୍ରା କରୁଥିବା ବେଳେ କୌଣସି କାରଣରୁ ଏଥିରେ ନିଆଁ ଲାଗିଯାଇଥିଲା । ପରେ ଏହା ଭୟାବହ ଅଗ୍ନିକାଣ୍ଡର ରୂପ ନେଇଯାଇଥିଲା । ଅନ୍ୟ ଉପାୟ ନପାଇ ଜାହାଜରେ ଥିବା ଯାତ୍ରୀମାନେ ଜୀବନ ବିକଳରେ ସମୁଦ୍ରକୁ ଡେଇଁ ପଡ଼ିଥିଲେ ।

ନିଆଁ ଲାଗିବା ସମୟରେ ଜାହାଜର କ୍ର‌୍ୟୁ ସଦସ୍ୟଙ୍କୁ ମିଶାଇ ପ୍ରାୟ ୫୬୩ଜଣ ଥିଲେ । ଏସମ୍ପର୍କରେ ସୂଚନା ପାଇ ନିକଟରେ ଥିବା ଉଦ୍ଧାରକାରୀ ଦଳ (ଇଣ୍ଡୋନେସିଆ ତଟରକ୍ଷୀ ବାହିନୀ) ସେମାନଙ୍କ ପାଖରେ ପହଞ୍ôଚଥିଲେ ଏବଂ ସମୁଦ୍ରକୁ ଡେଇଁଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିନେଇଥିଲେ । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୬ଟି ଜାହାଜକୁ ମୁତୟନ କରାଯାଇଥିଲା । ଉଦ୍ଧାର କାମରେ ସ୍ଥାନୀୟ ମତ୍ସ୍ୟଜୀବୀ ବି ସାହାଯ୍ୟ କରିଥିଲେ । କିନ୍ତୁ ଏହି ଘଟଣାରେ ଜଣେ ଆସନ୍ନ ପ୍ରସବା ମହିଳାଙ୍କ ସମେତ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ ସେମାନେ ସେଠାରେ ପହଞ୍ôଚବା ପୂର୍ବରୁ ହିଁ ଏମାନଙ୍କ ମୃତ୍ୟୁ ହୋଇସାରିଥିଲା । କିନ୍ତୁ ସୌଭାଗ୍ୟବଶତଃ ସେମାନେ ୫୬୦ ଯାତ୍ରୀଙ୍କୁ ସକୁଶଳେ ଉଦ୍ଧାର କରିପାରିଛନ୍ତି । ପ୍ରକାଶ, ଦୁର୍ଘଟଣାର ଶିକାର ହୋଇଥିବା ଜାହାଜ (ଫେରି)ର ନାମ କେଏମ୍ ବାର୍ସିଲୋନା । ନିଆଁ ଲାଗିବା ବେଳର ଫଟୋ ତଥା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking