15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶଇନ୍ଦିରା ଗାନ୍ଧୀଙ୍କ ମୃତ ବାର୍ଷିକୀ: କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଇନ୍ଦିରା ଗାନ୍ଧୀଙ୍କ ମୃତ ବାର୍ଷିକୀ: କଂଗ୍ରେସର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । କଂଗ୍ରେସ ଦଳ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୧୯୮୪ ମସିହାରେ ଏହି ଦିନ ନୂଆଦିଲ୍ଲୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ। ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ଆଜି ତାଙ୍କ ମୃତ ବାର୍ଷିକୀ ଅବସରରେ କଂଗ୍ରେସ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶ ସେବା କରିବା ବିଷୟରେ ଏକ କୋଟ ସେୟାର କରି ସେ କହିଛନ୍ତି, “ଶହୀଦ ଦିବସରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଆମର ଆଦର୍ଶ ଇନ୍ଦିରା ଗାନ୍ଧୀଜିଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି। ଭାରତର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା, ନିଷ୍ଠା, ଦକ୍ଷ ନେତୃତ୍ୱ ଏବଂ ଦୂରଦୃଷ୍ଟି ମାଧ୍ୟମରେ ଏକ ଶକ୍ତିଶାଳୀ ତଥା ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିବାରେ ଇନ୍ଦିରା ଗାନ୍ଧୀ ପ୍ରମୁଖ ଭୂମିକା ଗ୍ରହଣ ମଧ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking