33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଦିଲ୍ଲୀରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ଦିଲ୍ଲୀରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ । ୧୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଇଣ୍ଡିଗୋ ବିମାନ ଦିଲ୍ଲୀ ବିମାନବନ୍ଦରରେ ଶନିବାର ପୂର୍ବାହ୍ନରେ ଜରୁରୀକାଳୀନ ଅବତରଣ କରିଛି । ବିମାନଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଦିଲ୍ଲୀ ଯାତ୍ରା କରୁଥିଲା । ବିମାନର ଇଞ୍ଜିନ ରେ ତ୍ରୁଟି ଥିବା ସନ୍ଦେହ କରାଯାଉଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, ଏବଂ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ ବୋଲି ଅଗ୍ନିଶମ ବିଭାଗ କହିିଛିା ଅଗ୍ନିଶମ ବିଭାଗ ପୂର୍ବାହ୍ନ ୧୦.୫୩ରେ ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ପାଇଥିଲା ଏବଂ ତୁରନ୍ତ ଅଗ୍ନିଶମ ଗାଡି ପଠାଇଥିଲା । ଅନ୍ୟପକ୍ଷରେ , ଇଣ୍ଡିଗୋ ପ୍ରଶାସନ ଇଞ୍ଜିନ ତ୍ରୁଟିର କାରଣ ବିଷୟରେ ଏକ ବିସ୍ତୃତ ଯାଞ୍ଚ କରୁଥିବା କହିଚି । ଯାହା ଦ୍ୱାରା ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡାଇଯାଇ ପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking