17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶପାକିସ୍ତାନ ଉପରେ ଭାରତର ’ୱାଟର୍‌ ଆଟାକ୍‌’

ପାକିସ୍ତାନ ଉପରେ ଭାରତର ’ୱାଟର୍‌ ଆଟାକ୍‌’

ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇସାରିଛି ଅପରେସନ୍‌ ସିନ୍ଦୂର। ଏବେ ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ  ମଧ୍ୟରେ  ଚାଲିଛି ଘମାଘଟ୍‌ ଲଢେଇ ।  ଭାରତର ଡ୍ରୋନ୍‌ ମାଡ, ମିସାଇଲ୍‌ ମାଡ଼ରେ ଥରହର ହେଲାଣି ପାକିସ୍ତାନ । ପାକ୍‌ ର ଅଧା ସହର ଉପରେ ଆକ୍ରମଣ କରିସାରିଛି ଭାରତ । ଭାରତ ଆକ୍ରମଣରେ ଘାଇଲା ହେଲାଣି ପାକିସ୍ତାନ । ଖାଲି ମିସାଇଲ୍‌ ମାଡ଼ କି ଡ୍ରୋନ ମାଡ଼ ନୁହେଁ ଏବେ ପାକିସ୍ତାନ ଉପରେ ଭାରତର ୱାଟର ପ୍ରହାର । ଜମ୍ମୁ କଶ୍ମୀର ଚେନାବ ନଦୀର ସଲାଲ ଡ୍ୟାମ୍‌ର ଗେଟ୍‌ ଖୋଲିଦିଆଯାଇଛି ।   ଯାହାଦ୍ବାରା  ପାକିସ୍ତାନରେ ଜଳମଗ୍ନ ହେବ । ଜମ୍ମୁ  କାଶ୍ମୀରରେ ପ୍ରବଳ ବର୍ଷା  ଯୋଗୁଁ  ସଲାଲ୍‌ ଡ୍ୟାକ ଖୋଲଲିଦିଆ ଯାଇଛି ।

ଏଥିସହିତ ବଗଲିଆର ଡ୍ୟାମ୍‌ର କିଛି ଗେଟ୍‌ ମଧ୍ୟ ଖୋଲିଦିଆଯାଇଛି ।  ଯାହାଦ୍ବାରା ପାକିସ୍ତାନ ପଟୁ ଯାଉଥିବା ପାଣିର ପ୍ରବାହ ବଢି ଯାଇଛି ।ରିପୋର୍ଟ ଅନୁସାରେ  କିଛି ଦିନ ପୂର୍ବରୁ ଭାରତ ତରଫରୁ ପାକିସ୍ତାନ ଆଡକୁ ବହୁଥିବା  ପାଣି ରୋକିବା ପାଇଁ  ସଲାଲ ଏବଂ ବଗଲିହାର  ଡ୍ୟାମ୍‌ର ଗେଟ୍‌ ବନ୍ଦ କରିଦିଆଯାଇଥିଲା । ଏହି କାରଣରୁ ପାକିସ୍ତାନରେ ଚେନାବ ନଦୀର ଜଳସ୍ତର ବହୁତ ହ୍ରାସ ପାଇଥିଲା ।ପୂର୍ବରୁ ଜଳସ୍ତର 25 ରୁ 30 ଫୁଟ ଥିଲା, ଏବେ ଏହା ମାତ୍ର 2 ରୁ 3 ଫୁଟlରେ ପହଞ୍ଚିଥିଲା । କିନ୍ତ ବର୍ତ୍ତମାନ ଗେଟ୍‌ ଖୋଲି ଦିଆଯିବାର ପାକିସ୍ତାନରେ ଜଳ ପ୍ରବାହ ଜାରି ରହିଛି । ଭାରତର ଏହି ପଦକ୍ଷେପ ଦ୍ବାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ଅର୍ଥନୀତି ଏବଂ କୃଷି ବ୍ୟବସ୍ଥା ଉପରେ ଆହୁରି ଚାପ ବଢିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking