ନୂଆଦିଲ୍ଲୀ: ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଶ୍ରୀଲଙ୍କା ହାଇ କମିଶନରଙ୍କୁ ସମନ କରିଛି ଭାରତ । ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ବେଳେ ଶ୍ରୀଲଙ୍କା ନୌସେନା ଗୁଳି ଚଳାଇଥିବା ସୂଚନା ମିଳିଥିଲା । ଏଥିରେ ଥିବା ୧୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଜାଫନା ଟିଚିଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାବ୍ୟତୀତ ଅନ୍ୟ ୩ ଜଣ ମତ୍ସ୍ୟଜୀବୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଭାରତୀୟ ଦୂତାବାସର ଅଧିକାରୀମାନେ ଡାକ୍ତରଖାନାରେ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ସେପଟେ କଲମ୍ବୋରେ ଥିବା ଭାରତୀୟ ହାଇକମିଶନ ମଧ୍ୟ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।










