ନୂଆଦିଲ୍ଲୀ: ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ପ୍ରସଙ୍ଗରେ ଏପରିକି ଆତଙ୍କବାଦ ନେଇ ଆଲୋଚନା ପାଇଁ ଆଗ୍ରହ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ନେଇ ଆଭିମୁଖ୍ୟ ସ୍ପଷ୍ଟ କହିଲେ ଏମଇଏ ମୁଖପାତ୍ର । କହିଲେ, ଆମେ କହିସାରିଛୁ ଆତଙ୍କବାଦ ଓ କଥାବାର୍ତ୍ତା ଏକାସଙ୍ଗେ ଚାଲିପାରିବନି । ପାକିସ୍ତାନ ଆମକୁ ଆତଙ୍କବାଦୀ ହସ୍ତାନ୍ତର କଲେ ଆଲୋଚନା ସମ୍ଭବ ହେବ । ଆତଙ୍କୀଙ୍କ ତାଲିକା ପାକିସ୍ତାନକୁ ବହୁ ବର୍ଷ ହେଲା ଦିଆଯାଇସାରିଛି । ଜମ୍ମୁ- କଶ୍ମୀର ନେଇ ଆଲୋଚନା ବାବଦରେ ମଧ୍ୟ ପୁଣି ଥରେ ସ୍ପଷ୍ଟକଲେ । ପିଓକେ ଛାଡିଲେ ହିଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ।