22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶ‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ମହାରାଷ୍ଟ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ

‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ମହାରାଷ୍ଟ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟାଙ୍କୁ ଭାରତ ରତ୍ନ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଲେ ମହାରାଷ୍ଟ୍ର ସରକାର। ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବା ପ୍ରସ୍ତାବ ଗୁରୁବାର ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପାରିତ ହୋଇଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସିନ୍ଦେ ବୈଠକରେ ଶୋକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ପଦ୍ମ ବିଭୂଷଣ ରତନ ଟାଟାଙ୍କୁ ତାଙ୍କ ଅବଦାନ ପାଇଁ ଭାରତ ରତ୍ନରେ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ କରାଯାଇଛି। ସୂଚନାଯୋଗ୍ୟ, ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ବୁଧବାର ରାତିରେ ପରଲୋକ ଘଟିଛି। ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ସାରା ଦେଶ ଶୋକାଭିଭୂତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking