30.1 C
Bhubaneswar
Saturday, May 31, 2025
Homeଦେଶ ବିଦେଶପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ହମଲା

ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ହମଲା

ନୂଆଦିଲ୍ଲୀ : ପାକିସ୍ତାନର ଆକ୍ରମଣ ଜବାବରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ । ପାକିସ୍ତାନର ସିଆଲକୋଟ୍, ଲାହୋର ଓ ରାଜଧାନୀ ଇସ୍ଲାମାବାଦ ଉପରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପ୍ରଚଣ୍ଡ ବୋମାବର୍ଷଣ କରାଯାଉଛି । ଏହି ଆକ୍ରମଣରେ ଡ୍ରୋନର ବ୍ୟବହାର ମଧ୍ୟ କରାଯାଉଛି । ଭାରତ ପୂର୍ବରୁ ହିଁ ଲାହୋରର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିସାରିଛି । ଏହାଛଡ଼ା କିଛି ସମୟ ପୂର୍ବରୁ ଭାରତ ଲାହୋରର ଆଉ ଏକ ଆଓ୍ବାକସ୍ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଛି । କେତେକ ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ବି ସକ୍ରିୟ ହୋଇଯାଇଛି । ଏହା ପରେ ବନ୍ଦର ନଗରୀ କରାଚୀ ଓ ବାହାବଲପୁରରେ ସାଇରନ ବାଜି ଉଠିଛି। ଅନ୍ୟପଟେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୁରନ୍ତ ହ୍ରାସ ପାଇଁ ଆମେରିକା ନିବେଦନ କରିଛନ୍ତି । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କଥା ହୋଇ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking