18.1 C
Bhubaneswar
Sunday, December 21, 2025
Homeଓଡିଶାଭାରତର ବୀର ସୈନିକ ମାନେ ଭାରତର ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି: ମୁଖ୍ୟମନ୍ତ୍ରୀ

ଭାରତର ବୀର ସୈନିକ ମାନେ ଭାରତର ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପରେସନ୍ ସିନ୍ଦୁର ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି। ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଦୃଢ ପଦକ୍ଷେପ ଗ୍ରହଣ କରିଆସିଛି। ଅପରେସନ୍‌ ସିନ୍ଦୁର ହେଉଛି ଏହାର ପ୍ରକୃଷ୍ଟ ନିଦର୍ଶନ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ହେଉଛି ଆମ ପରମ୍ପରା, ତ୍ୟାଗ ଓ ସଂକଳ୍ପର ପ୍ରତୀକ। ଭାରତର ସୈନିକ ମାନେ ସେହି ସଂକଳ୍ପର ସମ୍ମାନ ରକ୍ଷା କରିବାକୁ ସଦା ସର୍ବଦା ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଥିଲେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ। ମୋଦୀଜୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking