25.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶବାଂଲାଦେଶରେ ସଙ୍ଗିନ୍ ସ୍ଥିତି ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ବାଂଲାଦେଶରେ ସଙ୍ଗିନ୍ ସ୍ଥିତି ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ବାଂଲାଦେଶ ପାଇଁ ଭିସା ସଂପର୍କିତ ସେବା ନେଇ ଭାରତର ବଡ଼ ନିଷ୍ପତ୍ତି। ଏହାର ଦ୍ୱିତୀୟ ସବୁଠୁ ବଡ଼ ସହର ଚିଟ୍ଟଗାଙ୍ଗ ସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରରେ, ଭିସା ସେବା ନେଇ ସ୍ୱତନ୍ତ୍ର ନୋଟିସ୍ ଜାରି କରିବା ଯାଏ ନିଲମ୍ୱିତ କରିଦିଆ ଯାଇଛି। ସ୍ଥାନୀୟ ମିଡ଼ିଆ ରବିବାର ଏହି ସୂଚନା ଦେଇଛି। ଏହି ପଦକ୍ଷେପ ପ୍ରମୁଖ ଯୁବ ନେତା ଶରିଫ୍ ଉସ୍ମାନ ହାଦୀଙ୍କ ମୃତ୍ୟୁ ପରେ ଉତ୍ତେଜନା ବୃଦ୍ଧିକୁ ନଜରରେ ରଖି ନିଆଯାଇଛି। ଗତ ବର୍ଷ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ହୋଇଥିବା ବିରୋଧ ପ୍ରଦର୍ଶନର ପ୍ରମୁଖ ନେତା ଥିବା ହାଦୀ ୧୨ ଫେବ୍ରୁଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଥିଲେ। ଏହି ବିରୋଧ ପ୍ରଦର୍ଶନର କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦଚ୍ୟୁତ ହୋଇଥିଲେ।

ମୂଖାପିନ୍ଧା ବନ୍ଧୁକଧାରୀ ମାନେ ୧୨ ଡିସେମ୍ୱରରେ ଢାକାର ବିଜୟନଗର ଅଞ୍ଚଳରେ ଇଙ୍କଲାବ ମଞ୍ଚର ପ୍ରବକ୍ତା ହାଦୀଙ୍କ ମୁଣ୍ଡରେ ସେହି ସମୟରେ ଗୁଳି କରିଥିଲେ , ଯେତେବେଳେ ସେ ନିର୍ବାଚନ ପ୍ରଚାର କରୁଥିଲେ। ପରେ ସିଙ୍ଗାପୁରରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇ ଥିଲା। ତାଙ୍କର ମୃତ୍ୟୁ ପରେ ବାଂଲାଦେଶର ବିଭିନ୍ନ ଭାଗରେ ହିଂସା ଓ ଭଙ୍ଗାରୁଜାର ଘଟଣା ଘଟିଛି। ଏହି ସମୟରେ ଚିଟ୍ଟଗୋଙ୍ଗରେ ସହାୟକ ଭାରତୀୟ ଉଚ୍ଚାୟୁକ୍ତଙ୍କ ବାସଭବନରେ ଗୁରୁବାର ପଥର ମାଡ଼ ଘଟଣା ଘଟିଛି। ଚିଟ୍ଟଗୋଙ୍ଗରେ ଭାରତୀୟ ଭିସା ଆବେଦନ ସମ୍ୱନ୍ଧୀୟ ପ୍ରକ୍ରିୟାକୁ ଅନିଶ୍ଚିତକାଳ ପାଇଁ ନିଲମ୍ୱିତ କରିଦିଆ ଯାଇଛି। ଚିଟ୍ଟଗୋଙ୍ଗରେ ଭାରତୀୟ ସହାୟକ ଉଚ୍ଚାୟୋଗରେ ନିକଟରେ ହୋଇଥିବା ଘଟଣା ପରେ ଏହି ନିଷ୍ପତ୍ତି ରବିବାର ଠାରୁ ପ୍ରଭାବୀ ହୋଇଛି। ଆଇଭିଏସି ଅନୁସାରେ , ବନ୍ଦର ସହରରେ ଭାରତୀୟ ଭିସା ସମ୍ୱନ୍ଧୀୟ ସବୁ ସେବା ଗୁଡ଼ିକ ୨୧ ଡିସେମ୍ୱରରୁ ଆଗାମୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ। ବୟାନରେ କୁହାଯାଇଛି ଯେ,ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ଭିସା ଆବେଦନ କେନ୍ଦ୍ରକୁ ପୁଣି ଥରେ ଖୋଲିବା ସଂପର୍କରେ ଆଗକୁ ଘୋଷଣା କରାଯିବ। ବାଂଲାଦେଶର ସିଲହଟରେ ଭାରତୀୟ ସହାୟକ ଉଚ୍ଚାୟୋଗ କାର୍ଯ୍ୟାଳୟ ଓ ଭିସା ଆବେଦନ କେନ୍ଦ୍ର ଉପରେ ଶନିବାର ସୁରକ୍ଷା ବଢାଇ ଦିଆ ଯାଇଛି। ‘ଢାକା ଟ୍ରିବ୍ୟୁନ୍’ ଖବରକାଗଜ ଅନୁସାରେ ,ସିଲହଟ ମେଟ୍ରୋପଲିଟନ ପୁଲିସର ଅତିରିକ୍ତ ଉପାୟୁକ୍ତ (ମିଡ଼ିଆ) ସୈଫୁଲ ଇସଲାମ କହିଛନ୍ତି ସୁରକ୍ଷାର କଡ଼ା ଉପାୟ ଏଥିପାଇଁ କରାଯାଇଛି, ଯାହାକି କୌଣସି ତୃତୀୟ ପକ୍ଷ ସ୍ଥିତିର ଫାଇଦା ଉଠାଇ ପାରିବେ ନାହିଁ। ବାଂଲାଦେଶର ରାଜଧାନୀ ଢାକାରେ ହାଦୀଙ୍କୁ ଶନିବାର ରାଷ୍ଟ୍ରୀୟ କବି କାଜି ନଜରୁଲ ଇସଲାମର କବର ପାଖରେ କବର ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking