18.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶସିରିଆ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ସିରିଆ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଯେତେ ଶୀଘ୍ର ସମ୍ଭବ ସିରିଆ ଛାଡ଼ିବାକୁ ପରାମର୍ଶ । ସିରିଆରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରି ଆସିବାକୁ ରାତି ଅଧିଆ ଆଡ଼ଭାଇଜାରି ଜାରି କରିଛନ୍ତି ଭାରତ ସରକାର । ଯେଉଁମାନେ ଫେରି ଆସିପାରିବେ ସେମାନେ ଯେକୌଣସି ବାଣିଜ୍ୟିକ ବିମାନ ଉପଲବ୍ଧ ହେଉଛି ସେଥିରେ ଫେରି ଆସିବାକୁ ଦାମାସକସ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯୋଗାଯୋଗ କରିବାକୁ ଦୂତାବାସ ପକ୍ଷରୁ ହେଲ୍ଫ ଲାଇନ ନମ୍ବର ଓ ଇ-ମେଲ୍ ଆଇଡି ଜାରି ହୋଇଛି । ସେହିପରି ଯେଉଁମାନେ ସିରିଆରୁ ନିହାତି ଫେରି ପାରିବେ ନାହିଁ ସେମାନେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ସିରିଆକୁ କେହି ନଯିବାକୁ କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ସିରିଆରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଭୟଙ୍କର ହେଉଛି ଗୃହ ଯୁଦ୍ଧ । ସିରିଆରେ ବିଦ୍ରୋହୀମାନେ ଆଗକୁ ବଢ଼ୁଛନ୍ତି । ଉତ୍ତର ସିରିଆରେ ଘମାଘୋଟ ହେଉଛି ଯୁଦ୍ଧ । ଗୁରୁବାର ହମାମ୍ ସହକରୁ ଦଖଲ କରି ନେଇଛନ୍ତି ବିଦ୍ରୋହୀ ଜିହାଦୀ ଗ୍ରୁପ୍ । ସିରିଆର ସବୁଠୁ ବଡ଼ ସହର ଆଲେପ୍ପୋକୁ ଦଖଲକୁ ନେବା ପାଇଁ ବଡ଼ ଧରଣର ହମଲା ଆରମ୍ଭ କରିଛନ୍ତି । ସିରିଆ ସ୍ଥିତି ଉପରେ ଭାରତ ତୀକ୍ଷଣ ନଜର ରଖିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking