19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଚଳିତ ଆର୍ôଥକ ବର୍ଷ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଚଳିତ ଆର୍ôଥକ ବର୍ଷ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ନୂଆଦିଲ୍ଲୀ: ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ୍ ସର୍ଭିସ୍ କମ୍ପାନୀଜ୍ (ନାସକମ୍‌) ଦ୍ୱାରା ପ୍ରସ୍ତୁତ ବାର୍ଷିକ ରଣନୀତିକ ସମୀକ୍ଷା ରିପୋର୍ଟ ସୋମବାର ଅର୍ଥାତ୍ ଫେବୃଆରୀ ୨୪ରେ ପ୍ରକାଶ ପାଇଛି। ଏଥିରେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଟେକ୍ ଶିଳ୍ପ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ପ୍ରାୟ ୧.୨୫ ଲକ୍ଷ ଟ୍ୟାଲେଣ୍ଟଙ୍କୁ ନୂଆ ନିଯୁକ୍ତି ଦେବ। ଗତ ଆର୍ôଥକ ବର୍ଷରେ ମୋଟ୍ ୬୦,୦୦୦ ନିଯୁକ୍ତି ମିଳିଥିଲା ବେଳେ ଏଥର ଏହା ୧.୨୫ ଲକ୍ଷକୁ ବୃଦ୍ଧି ପାଇଛି, ଯାହାକି ଯୁବ ସମ୍ଭାବନାଙ୍କ ପାଇଁ ଏକ ଖୁସି ଖବର। ଏହି ପରିପ୍ରେକ୍ଷୀରେ ନାସକମ୍ ଆର୍ôଥକ ବର୍ଷ ୨୪ରେ ପ୍ରାୟ ୨.୫୦ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବାର ପୂର୍ବ ଆକଳନକୁ ସଂଶୋଧନ କରିଛି। ଏହା ଆର୍ôଥକ ବର୍ଷ ୨୪ ରେ ଟେକ୍ନୋଲୋଜି କ୍ଷେତ୍ରରେ ୫୪.୩୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ଆକଳନ କରିଥିଲା, କିନ୍ତୁ ବର୍ତ୍ତମାନ ନୂତନ ସଂଖ୍ୟା ଅନୁସାରେ ଏହାକୁ ୫୬.୭୪ ଲକ୍ଷକୁ ସଂଶୋଧିତ କରିଛି।

ନାସକମ୍‌ର ଏହି ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆଇଟି ଶିଳ୍ପ ୧.୫ ବର୍ଷ ପରେ ଚାହିଦାରେ ପରିବର୍ତ୍ତନ ଦେଖୁଛି, ଯାହା ଆମେରିକା ଏବଂ ୟୁରୋପର ପ୍ରମୁଖ ବଜାରରେ ସାମଗ୍ରିକ ଆର୍ôଥକ ମାନ୍ଦାବସ୍ଥା ଯୋଗୁଁ ସୃଷ୍ଟି ହୋଇଥିବା ଚାପରୁ ବାହାରିଆସିଛି। ପ୍ରକାଶ, ୨୦୨୬ ଆର୍ôଥକ ବର୍ଷ ଶେଷରେ ଭାରତର ଟେକ୍ନୋଲୋଜି ଶିଳ୍ପର ରାଜସ୍ୱ ୩୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆର୍ôଥକ ବର୍ଷ ୨୫ ପାଇଁ, ନାସକମ୍ ଭାରତରେ ଟେକ୍ନୋଲୋଜି ଶିଳ୍ପ ପାଇଁ ୫.୧% ଅଭିବୃଦ୍ଧି ଆକଳନ କରିଛି, ଯାହା ମୋଟ୍ ଶିଳ୍ପ ରାଜସ୍ୱ ୨୮୨.୬ ବିଲିୟନ ଡଲାରରୁ ଅଧିକ। ତେବେ ପ୍ରମୁଖ ଅଭିବୃଦ୍ଧି ହଟସ୍ପଟ୍ ଭାବରେ ଉଭା ହୋଇଥିବା କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ ଗବେଷଣା ଏବଂ ବିକାଶ (ଆର ଆଣ୍ଡ୍ ଡି), ସେବା ଏବଂ ବ୍ୟବସାୟ ପ୍ରକ୍ରିୟା ପରିଚାଳନା (ବିପିଏମ୍‌) ଓ ବିସ୍ତୃତ ବିଶ୍ୱ କ୍ଷମତା କେନ୍ଦ୍ର (ଜିସିସି) ଇତ୍ୟାଦି। ନାସକମ୍ ରିପୋର୍ଟ ଅନୁସାରେ ଡିଜିଟାଲ୍ ଇଞ୍ଜିନିୟରିଂ, ବିଏଫ୍‌ଏସ୍‌ଆଇ, ସ୍ୱାସ୍ଥ୍ୟସେବା ଏବଂ ଖୁଚୁରା ଭଳି କ୍ଷେତ୍ରଗୁଡ଼ିକରେ ବିସ୍ତାରିତ ହେଉଛି, ପ୍ରାୟ ଦୁଇ-ତୃତୀୟାଂଶ ବଡ଼ ଡିଲ୍ ଏହି ପରିବର୍ତ୍ତନ ଉପରେ କେନ୍ଦ୍ରିତ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking