19.1 C
Bhubaneswar
Friday, February 6, 2026
Homeଦେଶ ବିଦେଶକାନାଡାରେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ

କାନାଡା: କାନାଡାରେ ୨୧ ବର୍ଷୀୟ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଗୁଳିମାଡ଼ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ କରାଯାଇଛି। ସୂଚନା ଅନୁଯାୟୀ, ହାମିଲଟନ୍ ପୋଲିସ ମଙ୍ଗଳବାର ଦିନ ଓଣ୍ଟାରିଓର ନିଆଗାରା ଫଲ୍ସରୁ ୩୨ ବର୍ଷୀୟ ଅଭିଯୁକ୍ତ ଜର୍ଡେନ୍ ଫୋଷ୍ଟରଙ୍କୁ ଗିରଫ କରିଛି ଏବଂ ତାଙ୍କ ଉପରେ ହତ୍ୟା ସହିତ ତିନୋଟି ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛି। ହରସିମରତ ରନ୍ଧାୱା ମୋହାକ କଲେଜରେ ଫିଜିଓଥେରାପି ପାଠ୍ୟକ୍ରମ କରୁଥିଲେ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ୧୭ ଏପ୍ରିଲରେ ରନ୍ଧାୱା ଅପର ଜେମ୍ସ ଷ୍ଟ୍ରିଟ୍ ଏବଂ ସାଉଥ୍ ବେଣ୍ଡ ରୋଡ୍ ଛକରେ ଥିବା ଏକ ବସ୍ ଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ସମୟରେ ତାଙ୍କ ଉପରେ ଗୁଳି ଚଳାଯାଇଥିଲା। ଗୁଳି ବାଜିବା ପରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ, ଭାରତୀୟ ଛାତ୍ରୀ ଜଣକ ବସରୁ ଓହ୍ଲାଇ ରାସ୍ତା ପାର ହେବାକୁ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ଗୁଳି ଚଳାଯାଇଥିଲା। ରିପୋର୍ଟ ଅନୁଯାୟୀ, ଚାରୋଟି କାରରେ ଥିବା ଅତି କମରେ ସାତ ଜଣ ଲୋକ କୌଣସି କଥାକୁ ନେଇ ବିବାଦରେ ଲିପ୍ତ ଥିଲେ ଏବଂ ପାଖରେ ଠିଆ ହୋଇଥିବା ହରସିମରତଙ୍କ ଉପରେ ଏକ ଗୁଳି ବାଜିଥିଲା। ଗୁରୁବାର ଦିନ ରିଡଙ୍କ କହିବା ଅନୁଯାୟୀ, “ହରସିମରତ ସ୍ଥାନୀୟ ଜିମ୍ ରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।” ଏହି ମାମଲାରେ ଅନ୍ୟ କାହାକୁ ଗିରଫ କରାଯାଇ ନାହିଁ। ରିଡ କହିଛନ୍ତି, “ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି ଏବଂ ଆମେ ଏହି ମାମଲାରେ ଜଡିତ ସମସ୍ତଙ୍କୁ ଚିହ୍ନଟ, ଖୋଜାଖୋଜି ଏବଂ ଗିରଫ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।”

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking