ବ୍ୟୁରୋ : ଉଜୁଡିଗଲା ଭାରତୀୟ ସେୟାର ମାର୍କେଟ । ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଲା ବେଳେ ନିଫ୍ଟ ଖସିଛି ୪୦୦ ପଏଣ୍ଟ । ଆଜି ସକାଳେ ଏଭଳି ତଥ୍ୟ ଶୁଣିବାକୁ ମିଳିଛି । ମାର୍କେଟରୁ ବିଦେଶୀ ନିବେଶକକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ କରିଥିବା ଜଣାପଡୁଛି । କଗେବଳ ଅକ୍ଟୋବରରେ ବିଦେଶୀ ନିବେଶକକାରୀ ୧ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି । ଆଗକୁ ମାର୍କେଟର ସ୍ଥିତି କଣ ହେବ ତାହାକୁ ନେଇ ଅନିଶ୍ଚିସତା ଦେଖାଦେଇଛି । ତା ସହ ଭ୍ୟାଲୁଏସନ ଓ ରିଟର୍ନ କମ ହେବାର ଆଶଙ୍କା ଦେଖାଦେଇଛି । ଆଗକୁ ପ୍ରମୁଖ କମ୍ପାନୀଗୁଡିକ ଭଲ ଲାଭ କରି ନପାରନ୍ତି ବୋଲି ଆଶଙ୍କା କରାଯାଉଛି ।