21.7 C
Bhubaneswar
Monday, February 23, 2026
Homeଓଡିଶାଯାଜପୁରରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ଓଡିଶା ମିଡିଟର୍ମ ସିଏମଇ ୨୦୨୫ ଆୟୋଜିତ

ଯାଜପୁରରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ଓଡିଶା ମିଡିଟର୍ମ ସିଏମଇ ୨୦୨୫ ଆୟୋଜିତ

ଯାଜପୁର: ଯାଜପୁର ମହାରାଜା ଯଜାତି କେଶରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ରେ ଇଣ୍ଡିଆନ୍ ରିଉମାଟୋଲଜି ଆସୋସିଏସନ୍ ଓଡିଶା ଚ୍ୟାପ୍ଟର ପକ୍ଷରୁ “କ୍ଲିନିକାଲ କ୍ଲ୍ୟୁଜ ଟୁ କ୍ଲାରିଟି – ଏ କେଶ ବେସଡ ଅପ୍ପ୍ରୋଚ ଇନ ରିଉମାଟୋଲୋଜି ” ବିଷୟରେ ମିଡ୍-ଟର୍ମ କଣ୍ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇ ଆର ଏ ର ଅଧ୍ୟକ୍ଷ ଡା. ଶିଶିର କୁମାର ମହାପାତ୍ର, ଆଇ ଆର ଏ ର ଆୟୋଜକ ସଚିବ ପ୍ରଫେସର ଡା. ଜ୍ୟୋତି ରଞ୍ଜନ ପରିଡା, ମେଡିକାଲ କଲେଜର ଡିନ ପ୍ରଫେସର ଡା. ସିତାରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡା. କାର୍ତ୍ତିକ ଚନ୍ଦ୍ର ରାଉତ, ଡା. ଖିରୋଦ ଚନ୍ଦ୍ର ମହାନ୍ତି, ଡା. ଗୌରୀଶଙ୍କର ଶଡଙ୍ଗି ପ୍ରମୁଖ ଯୋଗଦେଇଥିଲେ।

ଏହି ଅଧିବେଶନରେ ବିଭିନ୍ନ ମେଡ଼ିକାଲରୁ ବିଶେଷଜ୍ଞ ଡାକ୍ତର ମାନେ ଯୋଗ ଦେଇ ତାଙ୍କ ଅନୁଭବ ଓ ଦକ୍ଷତା ସହଭାଗି କରିବା ସହ ରିୟୁମାଟୋଲୋଜି ସହିତ ସମ୍ବନ୍ଧିତ ବିଭିନ୍ନ ରୋଗ ସମ୍ମେଳନରେ ଆଲୋଚିତ ହୋଇଥିଲା। କୌଣସି ଅଟୋଇମ୍ମ୍ୟୁନ ରୋଗର ଲକ୍ଷଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଲେ କିମ୍ବା ଠିକ ହେବାରେ ବିଳମ୍ବ ହେଲେ, ଶୀଘ୍ର ଚିହ୍ନଟ ପାଇଁ ଏକ ରିୟୁମାଟୋଲୋଜିଷ୍ଟଙ୍କୁ ପରାମର୍ଶ କରିବା ଆବଶ୍ୟକ। ଏହିଥିଲା ଆଲୋଚନାର ପ୍ରଧାନ ନିଷ୍କର୍ଷ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ପିଜି ଛାତ୍ରଛାତ୍ରୀ ଓ ପ୍ରାକ୍ଟିସିଙ୍ଗ୍ ଡାକ୍ତରମାନେ ଆଗ୍ରହର ସହିତ ଯୋଗଦେଇ ରିଉମାଟୋଲୋଜିରେ କେସ୍-ଭିତ୍ତିକ ଶିକ୍ଷା ଓ ଆଧୁନିକ ଚିକିତ୍ସା ପ୍ରବନ୍ଧନ ବିଷୟରେ ଗଭୀର ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking