27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶବାର୍ବାଡୋସ୍‌ରୁ ଫେରିବେ ଭାରତୀୟ ଖେଳାଳି; ସ୍ୱତନ୍ତ୍ର ବିମାନ ପଠାଇଲା ବିସିସିଆଇ

ବାର୍ବାଡୋସ୍‌ରୁ ଫେରିବେ ଭାରତୀୟ ଖେଳାଳି; ସ୍ୱତନ୍ତ୍ର ବିମାନ ପଠାଇଲା ବିସିସିଆଇ

ମୁମ୍ବାଇ: ବାର୍ବାଡୋସ୍‌ରେ ଫସି ରହିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା ଭାରତୀୟ ଟିମ୍ ଖୁବଶୀଘ୍ର ଭାରତ ଫେରିବ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତ ଖେଳାଳି ଓ ସେମାନଙ୍କ ପରିବାରବର୍ଗ ଭାରତ ଫେରିବେ । ଏନେଇ ବିସିସିଆଇ ଏକ ସ୍ୱତନ୍ତ୍ର ବିମାନର ଆୟୋଜନ କରିଛି । ବାର୍ବାଡୋସରେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଜୁନ୍ ୨୯ରୁ ଫାଇନାଲ୍ ମ୍ୟାଚ୍ ସରିଥିଲେ ବି ଆଇଲାଣ୍ଡ ଦେଶରେ ଘୂର୍ଣ୍ଣିଝଡ଼ କାରଣରୁ ସେମାନେ ସେଠାରେ ଫସି ରହିଛନ୍ତି । ସୋମବାର ଘୂର୍ଣ୍ଣିଝଡ଼ ଲ୍ୟାଣ୍ଡଫଲ୍ କରିବା ପରେ ଟିମ୍ ଇଣ୍ଡିଆକୁ ଫେରାଇ ଆଣିବାକୁ ଯୋଜନା କରୁଛି ବିସିସିଆଇ । ରିପୋର୍ଟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୬ଟାରେ ଏହି ସ୍ୱତନ୍ତ୍ର ବିମାନ ଖେଳାଳି, ଟିମ୍‌ର ସପୋର୍ଟ ଷ୍ଟାର୍ ଏବଂ ଖେଳାଳିଙ୍କ ପରିବାର ସଦସ୍ୟଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ । ଏହା ବୁଧବାର ୭ଟା ୪୫ରେ ଦିଲ୍ଲୀ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଥାଉକି, ସାଉଥ୍ ଆଫ୍ରିକାକୁ ହରାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଛି । ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା । ବିଜୟୀ ଟିମକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking